Latest Odisha News

BREAKING NEWS

ପୁରୀରେ ସେବାୟତଙ୍କୁ ହତ୍ୟାର ପର୍ଦ୍ଦାଫାସ: ୨ ଷଡଯନ୍ତ୍ରକାରୀଙ୍କ ସମେତ ୬ ଗିରଫ

୧୬ ତାରିଖରେ ଜାଗାଘରେ ପଶି ଗୁଳି ମାରି ହତ୍ୟା କରିଥିଲେ ଦୁର୍ବୃତ୍ତ

ପୁରୀ: ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାସ୍ । ପ୍ରେସମିଟରେ ମାମଲାର ପର୍ଦ୍ଦାଫାସ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ । ହତ୍ୟାକାଣ୍ଡରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଗିରଫ ହୋଇଛନ୍ତି ।

ଅନ୍ୟ ଗିରଫ ୪ ଜଣ ହେଲେ ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବା ମହାପାତ୍ର । ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା ବୋଲି ଜଣାପଡ଼ିଛି । ଅଧିକ ଖୋଳତାଡ ଓ ତଥ୍ୟ ହାସଲ ପାିଁ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି । ସୁପାରୀରୁ କିଛି ଟଙ୍କା ମଧ୍ୟ ଜବତ କରାଯାଇଛି ।

ଗତ ୧୬ ତାରିଖ ଦିନ ଜାଗାଘରେ ପଶି ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ସ୍ପଷ୍ଟ ଦିବାଲୋକର ବାରବାଟୀ ଜାଗାଘରେ ହୋଇଥିଲା ଜଘନ୍ୟ ହତ୍ୟା । ଏହାର ୫ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ପୁରୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଭାଇ ନରସିଂହ ପ୍ରତିହାରୀ ।

ପୁରୀର ବହୁଚର୍ଚ୍ଚିତ ଗୁନ୍‌ ସିଂହାରୀ ହତ୍ୟାକାଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲେ କୃଷ୍ଣଚନ୍ଦ୍ର ପ୍ରତିହାରୀ । ଗୁନ୍‌ ସିଂହାରୀ ହତ୍ୟାକାଣ୍ଡ ଷଡ଼ଯନ୍ତ୍ର ମାମଲାରେ ସେ ସମ୍ପୃକ୍ତ ଥିଲେ । ଜେଲ୍ ବି ଯାଇଥିଲେ ।

Leave A Reply

Your email address will not be published.