Latest Odisha News

BREAKING NEWS

ଦିଲ୍ଲୀ ଗେଟ ନିକଟରେ ପ୍ରଚଣ୍ଡ ବିସ୍ଫୋରଣ !

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ । ହେଲେ କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ ଏକ ଘରର ଛାତ ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି । ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆଜି ସକାଳ ପ୍ରାୟ ୬ଟାରୁ ୭ଟା ମଧ୍ୟରେ ଅଲିଗଡର ଖତିକାନ ଅଂଚଳରେ ବିସ୍ଫୋରଣର ଶବ୍ଦ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲା । ଦିଲ୍ଲୀ ଗେଟ ନିକଟସ୍ଥ ଏକ ଘରେ ଘଟିଥିଲା ଏହି ଘଟଣା । ଘରଟି ସମ୍ପୁର୍ନ ଭାବେ ବିସ୍ଫୋରଣରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି ।

ବିସ୍ଫୋରଣର ପ୍ରକୋପ ଏତେ ଅଧିକ ଥିଲା ଯେ, ଆଖପାଖରେ ଥିବା ଘରଗୁଡିକ ଦୋହଲିଯାଇଥିଲା । ଏପରିକି ଲୋକେ ଭୂମିକମ୍ପ ଭଳି ଅନୁଭବ ମଧ୍ୟ କରିଥିଲେ । ରିପୋର୍ଟ ଅନୁଯାୟୀ ଅଲିଗଡର ଏକ ଘରେ ଗ୍ୟାସ ଟାଙ୍କି ଫାଟିବା ପରେ ଏଭଳି ସ୍ଥିତି ସାମ୍ନାକୁ ଆସିଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଆହତ ଲୋକଙ୍କୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.