Latest Odisha News

ସରକାରୀ କ୍ଷେତ୍ରରେ ବାଧ୍ୟତାମୂଳକ ହେଲା ବିଏସ୍‌ଏନ୍‌ଏଲ୍ ଏବଂ ଏମ୍‌ଟିଏନ୍‌ଏଲ୍‌ ସେବା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏବଂ ମହାନଗର ସଞ୍ଚାର ନିଗମ ଲିମିଟେଡ୍ (ଏମ୍‌ଟିଏନ୍‌ଏଲ୍‌)ର ସେବା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ବାସ୍ତବରେ କେନ୍ଦ୍ର ସରକାର ନିଜର ସମସ୍ତ ମନ୍ତ୍ରଣାଳୟ, ସାର୍ବଜନୀନ ବିଭାଗ ଏବଂ ସାର୍ବଜନୀନ କ୍ଷେତ୍ର ପାଇଁ ଏହି ଦୁଇଟି ଟେଲିକମ୍ କମ୍ପାନୀର ସେବା ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି।

ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ର ଟେଲିକମ୍ ସେବା ବ୍ୟବହାରକୁ ବାଧ୍ୟତାମୂଳକ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଟେଲି ଯୋଗାଯୋଗ ବିଭାଗ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ସିପିଏସ୍ଇ ଏବଂ କେନ୍ଦ୍ରୀୟ ସ୍ୱୟଂଶାସିତ ସଂଗଠନକୁ ଇଣ୍ଟରନେଟ୍, ବ୍ରଡ୍‌ବ୍ୟାଣ୍ଡ୍‌, ଏବଂ ଲ୍ୟାଣ୍ଡ୍‌ଲାଇନ୍‌ର ଆବଶ୍ୟକତା ପାଇଁ ବିଏସ୍‌ଏନ୍‌ଏଲ୍‌ କିମ୍ବା ଏମ୍‌ଟିଏନ୍‌ଏଲ୍‌ ନେଟ୍‌ୱାର୍କକୁ ବାଧ୍ୟତାମୂଳକ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି।

୨୦୧୯-୨୦ ରେ ବିଏସ୍‌ଏନ୍‌ଏଲ୍‌ର  ୧୫,୫୦୦ କୋଟି ଟଙ୍କା କ୍ଷତି ହୋଇଥିବାବେଳେ ଏମ୍‌ଟିଏନ୍‌ଏଲ୍‌ ୩୬୯୪ କୋଟି ଟଙ୍କା କ୍ଷତି ସହିଛି। ସେଥିପାଇଁ ସରକାରୀ ଦୂରସଂଚାର କମ୍ପାନୀର କ୍ଷତି ଭରଣା କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଦର୍ଶାଯାଇଛି।

Leave A Reply

Your email address will not be published.