Latest Odisha News

BREAKING NEWS

କରୋନା ଟିକା ପ୍ରସ୍ତୁତକାରୀ ସେରମ ଇନଷ୍ଟିଚ୍ୟୁଟରେ ଭୟଙ୍କର ନିଆଁ

ପୁଣେ: କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଭୟଙ୍କର ଅଗ୍ନିକାଣ୍ଡ । ସେରମ ଇନଷ୍ଟିଚ୍ୟୁଟ ପରିସର ମଧ୍ୟରେ ଥିବା ମଞ୍ଜରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ସେରମ ଟର୍ମିନାଲ-୧ରେ ନିଆଁ ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୦ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି । ନିଆଁର ପ୍ରକୋପ ଅଧିକ ଥିବାରୁ ଆଉ କିଛି ଦମକଳ ଗାଡ଼ି ଘଟଣାସ୍ଥଳକୁ ଡକାଯାଇଛି ।

ଅଗ୍ନିକାଣ୍ଡରେ କ’ଣ କ୍ଷୟକ୍ଷତି ହୋଇଛି, ସେନେଇ କିଛି ଜଣାପଡ଼ିନାହିଁ। ଅଗ୍ନିକାଣ୍ଡରେ ସେରମ ଇନଷ୍ଟିଚ୍ୟୁଟ ବିଲଡିଂରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.