Latest Odisha News

BREAKING NEWS

ଚାଷୀ ସମସ୍ୟାକୁ ନେଇ ସମ୍ବଲପୁରରେ ବିଜେପିର ରାଲି, ଆରଡିସି ଅଫିସ ଘେରାଉ

ଭୁବନେଶ୍ୱର : ରାଜ୍ୟରେ ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କ ପାଇଁ ସମସ୍ୟାରେ ପଡୁଛନ୍ତି ଚାଷୀ । ମଣ୍ଡିରେ ଧାନ ପଡ଼ିରହିବା ମନୁଷ୍ୟକୃତ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଟୋକନ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି ବିଧାନସଭା କ୍ଷେତ୍ରର ଚାଷୀ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଆୟୋଜିତ ବିଶାଳ ଚାଷୀ ସମାବେଶରେ ଯୋଗଦେଇ ବିଜେପି ନେତା ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟ ସରକାର ଲାଗୁ କରୁନଥିବାରୁ ଚାଷୀମାନେ ଅସୁବିଧାରେ ପଡୁଛନ୍ତି । ଏହାସହ କଟନୀ ଛଟନୀ ନାଁରେ ଚାଷୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୩୧୦ ଟଙ୍କାରୁ ୧୮୬୮ରେ ପହଞ୍ଚିଛି । ମାତ୍ର ରାଜ୍ୟରେ ଚାଷୀମାନେ କାହିଁକି ସଠିକ୍ ଏମଏସପି ମୂଲ୍ୟ ପାଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଚାଷୀଙ୍କ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

Leave A Reply

Your email address will not be published.