ଦିଲ୍ଲୀ: ୱେଷ୍ଟ ଦିଲ୍ଲୀର ମୁଣ୍ଡୁକା ଅଞ୍ଚଳ ସ୍ଥିତ ଏକ ମାଲ ଗୋଦାମ ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡର ମାତ୍ରା ଏତେ ଅଧିକ ରହିଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ହୋଇଥିଲେ ୩୫ଟି ଦମକଳ ବାହିନୀ ।
ମିଳିଥିବା ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ସାଢେ ୧୦ ପାଖାପାଖି ଏହି ନିଆଁ ଲାଗିବା ଖବର ମିଳିଥିଲା। ଆଖି ପିଛୁଳାକେ ଏହା ବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା । ଖବର ପାଇ ୩୫ଟି ଦମକଳ ବାହିନୀ ନିଜ ସାଜସରଞ୍ଜାମ ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା।ସାରା ରାତି ଦମକଳବାହିନୀର ଅକ୍ଳାନ୍ତ ଚେଷ୍ଟା ଯୋଗୁଁ ଭୋର ସମୟରେ ନିଆଁ ସମାନ୍ୟ ଆୟତ୍ତକୁ ଆସିଥିବା ସୂଚନା ମିଳିଛି।
ନିଆଁ କଣ ପାଇଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ଏଯାଏ ମୃତାହତଙ୍କ ସମ୍ପର୍କରେ କିଛି ମଧ୍ୟ କିଛି ସୂଚନା ମିଳିନାହିଁ।
Comments are closed.