Latest Odisha News

BREAKING NEWS

ବାରିପଦା କୁକ୍କୁଟ ପ୍ରଜନନ ଗବେଷଣା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ନିକଟବର୍ତ୍ତୀ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଛତନାସ୍ଥିତ କୁକ୍କୁଟ ପ୍ରଜନନ ଗବେଷଣା କେନ୍ଦ୍ରରେ ଶନିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ପୋଡ଼ି ଛାରଖାର ହୋଇଯାଇଛି ।

ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି ।

ମିଳିଥିବା ସୂଚନାନୁଯାୟୀ, ଏହି ଅଗ୍ନୀକାଣ୍ଡ ସମ୍ପର୍କରେ ଖବର ପାଇ ୩ଟି ଦମକଳ ବାହିନୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ସମସ୍ତ ଆସବାବ ପତ୍ର ନିଆଁରେ ପୋଡ଼ି ନଯିବାକୁ ଦମକଳ ବାହିନୀ ପ୍ରାଣପ୍ରଣେ ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

Leave A Reply

Your email address will not be published.