ଡେରାଡୁନ:ଚମୋଲିର ନନ୍ଦା ଦେବୀ ଜାତୀୟ ଉଦ୍ୟାନ (ନନ୍ଦା ଦେବୀ ବାୟୋସ୍ଫିଅର ରିଜର୍ଭ)ରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଉଛି। ଏବେ ନିଆଁ ଲିଭା ଅଭିଯାନରେ ଭାରତୀୟ ବାୟୁସେନା । Mi-17 V5 ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ବ୍ୟବହାର କରିବ ଭାରତୀୟ ବାୟୁସେନା । ଏନେଇ ଗତକାଲି (ବୁଧବାର) ହେଲିକପ୍ଟର ଦ୍ୱାରା ଆକାଶ ମାର୍ଗରେ ଏକ ସର୍ଭେ କରାଯାଇଥିବା ନେଇ ସୂଚନା ଦେଇଛି IAF ମାଷ୍ଟର କଣ୍ଟ୍ରୋଲ୍ ସେଣ୍ଟ୍ରାଲ୍ (MCC) ।
ଭାରତୀୟ ବାୟୁସେନା ମାଷ୍ଟର କଣ୍ଟ୍ରୋଲ ସେଣ୍ଟର କହିଛି ଯେ, ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଜୋଶୀମଠରେ ଅଗ୍ନିକାଣ୍ଡ ଲିଭାଇବା ପାଇଁ କେନ୍ଦ୍ରୀୟ ବାୟୁସେନା କମାଣ୍ଡର ଏକ IAF Mi-17 V5 ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ଏହି ଅଭିଯାନ ପୁଣି ଥରେ ପ୍ରତିରକ୍ଷା ଏବଂ ବିପର୍ଯ୍ୟୟ ସହାୟତାରେ ଭାରତୀୟ ବାୟୁସେନାର ଦ୍ୱୈତ ଭୂମିକାକୁ ଉଜାଗର କରିଛି।
The IAF’s operational readiness was demonstrated yet again, when the @IAF_MCC responded swiftly to fight a forest fire in Uttarakhand’s Nanda Devi Biosphere Reserve area. The IAF Mi-17 V5 helicopter, from Central Air Command was deployed in fire fighting mode at Joshimath to meet… pic.twitter.com/sO6INaoM0Q
— CAC, IAF (@CAC_CPRO) January 14, 2026
ନନ୍ଦା ଦେବୀ ଜାତୀୟ ଉଦ୍ୟାନର ଡିଏଫଓ କହିଛନ୍ତି ଯେ, ବାୟୁସେନା ସହିତ ଏକ ହେଲିକପ୍ଟର ସର୍ଭେ କରାଯାଇଛି। ନିଆଁ ଧୀରେ ଧୀରେ କମୁଛି। ଯଦି ଦୁଇ ଦିନ ମଧ୍ୟରେ ନିଆଁ ନ କମେ, ତେବେ ପ୍ରସ୍ତୁତ ଅବସ୍ଥାରେ ଥିବା ବାୟୁସେନାର MI-17 ହେଲିକପ୍ଟରକୁ ନିୟୋଜିତ କରାଯିବ। ତା’ପରେ ବାୟୁସେନା ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରାଯିବ। ବର୍ତ୍ତମାନ ଏହି ଅଞ୍ଚଳଗୁଡ଼ିକରେ ଉପଯୁକ୍ତ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ତେହରି ଡ୍ୟାମ୍ ଏବଂ ଶ୍ରୀନଗର ଡ୍ୟାମ୍ ରୁ ବିମାନ ପରିବହନ ମାଧ୍ୟମରେ ଜଳ ଯୋଗାଣ ସମ୍ଭବ ହୋଇପାରେ।
ଉଲ୍ଲେଖନୀୟ ଯେ, ଜାନୁଆରୀ ୯ତାରିଖରୁ ନନ୍ଦା ଦେବୀ ଜାତୀୟ ଉଦ୍ୟାନ ବନ ବିଭାଗ ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଗୋବିନ୍ଦଘାଟ ନିକଟବର୍ତ୍ତୀ ଭ୍ୟୁଣ୍ଡର ଉପତ୍ୟକା ନିକଟରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ଏଥିରେ କୋଟି କୋଟି ଟଙ୍କାର ମୂଲ୍ୟବାନ ବନସମ୍ପଦ ଅଗ୍ନିକାଣ୍ଡରେ ପାଉଁଶ ହୋଇଯାଉଛି। ଏହା ବ୍ୟତୀତ ଏହି ଅଞ୍ଚଳରେ ମିଳୁଥିବା ଔଷଧୀୟ ଗଛଲତା, ଏହାର ସମୃଦ୍ଧ ଜୈବ ବିବିଧତା ଏବଂ ବିରଳ ବନ୍ୟପ୍ରାଣୀଙ୍କ ଅସ୍ତିତ୍ୱ ମଧ୍ୟ ବିପଦରେ ଅଛି।