ଭୁବନେଶ୍ୱର: ଲୋୟର ପିଏମଜି ଛକରେ ଆଜି ସୃଷ୍ଟି ହୋଇଛି ରଣକ୍ଷେତ୍ର । ବିଜେପି କର୍ମୀ-ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଲା ପୋଲିସ୍ । ଧସ୍ତାଧସ୍ତି ମାରପିଟ ଭିତରେ ଜଣେ ପୋଲିସ କମର୍ଚାରୀଙ୍କ ମୁଣ୍ଡ ଫାଟି ଯାଇଥିବା ଖବର ମିଳିଛି । ମଙ୍ଗଳବାର ଲୋୟର ପିଏମଜି ଛକରେ ଆଜି ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ ।
ନବ ଦାସ ହତ୍ୟା ମାମଲା ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିଲା ବିଜେପିର ରାଲି । ବିଧାନସଭା ଅଭିମୁଖେ ଯାଉଥିବା ବିଜେପି କର୍ମୀଙ୍କୁ ରୋକିବା ପାଇଁ ପୋଲିସ ଚେଷ୍ଟା କରିଥିଲା । ଫଳରେ ପୋଲିସ-ବିଜେପି ରାଜରାସ୍ତାରେ ମୁହାଁମୁହିଁ ହୋଇଥିଲେ । ଫଳରେ େଲାୟର ପିଏମଜି ଛକ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । ପୋଲିସ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିବା ସହ ଲାଠିଚାର୍ଜ କରିଥିଲା ।
ଧସ୍ତାଧସ୍ତି ଓ ଢେଲା ମାଡ଼ରେ ଭୁବନେଶ୍ୱର ଜୋନ୍-୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ପ୍ରାୟ ୮ରୁ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ଆହତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ କିଛି ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଅନେକ ଗୁରୁତର ରହିଛନ୍ତି। ଏହି ଆକ୍ରମଣରେ ପୁଲିସର ପ୍ରାୟ ୫ଟି ଗାଡ଼ି ନଷ୍ଟ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି। ପ୍ରାୟ ୨୦୦ ଜଣ ବିକ୍ଷୋଭକାରୀଙ୍କୁ ପୁଲିସ ଫୋର୍ସ ଉଠାଇ ନେଇଛି। ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।
Comments are closed.