Latest Odisha News

BREAKING NEWS

ମୋଦୀଙ୍କ ପାଇଁ ଚିଙ୍ଗୁଡି ମସଲା ରାନ୍ଧିବେ ମାଷ୍ଟର ସେଫ୍ ମମତା

କୋଲକାତା: ଢୋକଲା, ଦୋସା, ଇଡଲି, ପରଟା, ରୁଟି, ଭାତ, ବିରିୟାନୀ, ପୋଟଳରସା, ମାଛ ତରକାରୀ, ଚିଙ୍ଗୁଡି ମସଲା…..

ପ୍ରଥମେ ମାଛ ତରକାରୀ ଆଉ ଏବେ ଚିଙ୍ଗୁଡି ମସଲା । ବିହାର ରାଜନୀତିରେ ମାଛକୁ ନେଇ ହୋଇଥିବା ମହାଭାରତ ବର୍ତ୍ତମାନ ପଶ୍ଚିମବଙ୍ଗରେ ପାଦ ଥାପିଛି । ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମେ ମାଛ ତରକାରୀ ଆଉ ଏବେ ଚିଙ୍ଗୁଡି ମସଲା ଖୁଆଇବାକୁ ଅଫର ଦେଇଛନ୍ତି ।

କୋଲକାତାରେ ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ମମତା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶର ସଂସ୍କୃତି ଏବଂ ଖାଇବା ଅଭ୍ୟାସ ସମ୍ପର୍କ‌ରେ କୌଣସି ଜ୍ଞାନ ନାହିଁ। ମୁଁ ମୋଦୀଙ୍କ ପାଇଁ ତାଙ୍କ ମନପସନ୍ଦର ସବୁ ଖାଦ୍ୟ ରାନ୍ଧିବା ପାଈ ପ୍ରସ୍ତୁତ ଅଛି। କିନ୍ତୁ ମୋଦୀଜୀ ମୋ ହାତ ରନ୍ଧା ଖାଦ୍ୟକୁ ଗ୍ରହଣ କରିବେ ତ? ମମତା କହିଛନ୍ତି ମୁଁ ପିଲାଦିନୁ ଖାଦ୍ୟ ରାନ୍ଧି ଆସୁଛି । ଲୋକମାନେ ବି ମୋ ହାତ ରନ୍ଧାକୁ ବେଶ୍ ପସନ୍ଦ କରିଥାନ୍ତି । କିନ୍ତୁ ମୋଦୀଜୀ କ’ଣ ମୋ ହାତ ତିଆରି ଖାଦ୍ୟକୁ ସ୍ୱୀକାର କରିବେ?

ମମତା ଆହୁରି କହିଛନ୍ତି ମୋତେ ଢୋକଲା ପରି ଶାକାହାରୀ ଭୋଜନ ଓ ମାଛ ତରକାରୀ ପରି ମାଂସାହାରୀ ଭୋଜନ ଉଭୟ ପସନ୍ଦ । ବିଭିନ୍ନ ହିନ୍ଦୁ ସମୁଦାୟରେ ଭିନ୍ନ ଭିନ୍ନ ରୀତି ନୀତି ଓ ଖାଦ୍ୟପେୟର ଅଭ୍ୟାସ ରହିଛି । ଲୋକଙ୍କ ଖାଇବା ଅଭ୍ୟାସ ଉପରେ ଆକଟ କରିବାପାଇଁ ବିଜେପି କିଏ ବୋଲି ମମତା ପ୍ରଶ୍ନ କରିଛନ୍ତି ମମତା। ଏଥିରୁ ଏହା ଦର୍ଶାଉଛି ଯେ ବିଜେପି ନେତୃତ୍ୱଙ୍କୁ ଭାରତ ଓ ଏହାର ଲୋକଙ୍କ ବିବିଧତା ଓ ଏକତା ବିଷୟରେ ବହୁତ କମ୍ ଜ୍ଞାନ ରହିଛି ବୋଲି କହିଛନ୍ତି ମମତା ।

ସୂଚନାଯୋଗ୍ୟ ଯେ, ନବରାତ୍ରୀ ସମୟରେ ତେଜସ୍ବୀ ଯାଦବ ରୁଟି ଏବଂ ମାଛ ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ନେତାମାନେ ପବିତ୍ର ଶ୍ରାବଣ ମାସ ଏବଂ ନବରାତ୍ରୀ ସମୟରେ ଆମିଷ ଖାଇ ଧାର୍ମିକ ଭାବନାକୁ ଆଘାତ ଦେଉଛନ୍ତି ବୋଲି କହି କଟାକ୍ଷ କରିଥିଲେ ମୋଦୀ ।

Leave A Reply

Your email address will not be published.