Latest Odisha News

BREAKING NEWS

ଶୀଘ୍ର ମୃତ୍ୟୁବରଣ କରିଥାଆନ୍ତି ଏହି ଖାଦ୍ୟ ଖାଉଥିବା ଲୋକେ…

ଭୁବନେଶ୍ଵର: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ସତେ ଯେପରି ନିଜ ପ୍ରତି ଧ୍ୟାନ ଦେବା ଭୁଲିଗଲେଣି । ଘରେ ରୋଷେଇ କରି କିଛି ପୁଷ୍ଟିକର ଖାଦ୍ୟ ଖାଇବା ବଦଳରେ ସେମାନେ ବାହାରର ଖାଦ୍ୟ ପସନ୍ଦ କରୁଛନ୍ତି । ସକାଳର ଜଳଖିଆ ହେଉ କିମ୍ବା ମଧ୍ୟାନ୍ନ ଭୋଜନ ଅବା ରାତ୍ରୀ ଭୋଜନ ସବୁ କିଛି ସହଜରେ ବାହାରେ ଉପଲବ୍ଧ । ଆଉ ଆଜିର ଜୀବନ ଶୈଳୀରେ ଲୋକେ ଖାଇବା କିଣିବାକୁ ମଧ୍ୟ ବାହାରକୁ ଯିବାକୁ ପଡୁନି । ବାସ୍ ଗୋଟେ ଫୋନରେ ଘରେ ପହଞ୍ଚିଯାଉଛି ଖାଦ୍ୟ । ଏସବୁ କରିବା ଦ୍ଵାରା ସେମାନଙ୍କର ସମୟ ବଞ୍ଚୁବା ସହିତ ସୁସ୍ଵାଦୁ ଖାଦ୍ୟ ମଧ୍ୟ ମିଳିଯାଉଛି । କିନ୍ତୁ ଏସବୁ ଭିତରେ ସେମାନେ ଏକଥା ମଧ୍ୟ ଭୁଲିଯାଉଛନ୍ତି ଯେ ଏସବୁ ଖାଦ୍ୟ ତାଙ୍କ ସ୍ଵାସ୍ଥ୍ୟ ପାଇଁ କେତେ ଖରାପ ।

ବଜାରରେ ମିଳୁଥିବା ପ୍ୟାକେଜ ଫୁଡ ପାଟିକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ ସତ କିନ୍ତୁ ଏଥିରେ କୌଣସି ପୋଷାକ ତତ୍ୱ ନଥାଏ l ଏହିସବୁ ଖାଦ୍ୟରେ ଆର୍ଟିଫିସିଆଲ ସ୍ଵିଟନର, କଲର, ଓ ପ୍ରିଜର୍ଭଭେଟିବର ମିଶ୍ରଣ ହୋଇଥାଏ l ଯାହାକି ଖାଦ୍ୟର ସେଲ୍ଫ ଲାଇଫ ସହିତ ସ୍ୱାଦ ମଧ୍ୟ ବଢ଼ାଇଥାଏ l ତେବେ ଏକ ଗବେଷଣାର ରିପୋର୍ଟ ଅନୁସାରେ ପ୍ୟାକେଜିଂ ଫୁଡ ସେବନ କରୁଥିବା ବ୍ୟକ୍ତି ଖୁବ ଶୀଘ୍ର ରୋଗରେ ପୀଡିତ ହୋଇ ମୃତ୍ୟୁ ମୁଖରେ ପଡିଥାଏ ।

ପ୍ୟାକେଜିଂ ଫୁଡ ଅଧିକ ସେବନ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହୋଇଥାଏ l ଏବଂ ମଧୁମେହ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଇଥାଆନ୍ତି ଲୋକେ । ପ୍ୟାକେଜିଂ ଫୁଡ ଅଧିକ ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଏବଂ ହାର୍ଟରେ ବ୍ଳକେଜ ସମସ୍ୟା ମଧ୍ୟ ଅଧିକ ଦେଖିବାକୁ ମିଳିଥାଏ l ଶରୀରରେ ୟୁରିକ ଏସିଡ ବୃଦ୍ଧି ହେବାର କାରଣ ମଧ୍ୟ ଏହି ପ୍ୟାକେଜିଂ ଫୁଡ l ଏହି ଖାଦ୍ଯ ଦ୍ଵାରା ଆଣ୍ଠୁ ଗଣ୍ଠି ସମସ୍ୟା, ଅଣ୍ଟା ଦରଜ ଓ କ୍ୟାଲସିୟମ୍ ଡେ଼ଫିସିଏନସି ପରି ରୋଗ ମଧ୍ୟ ଦେଖାଯାଏ ।

 

Leave A Reply

Your email address will not be published.