Latest Odisha News

ଜାଣନ୍ତୁ ମଟରର ଅଦ୍ଭୁତ ଉପକାରିତା ସମ୍ପର୍କରେ

ଭୁବନେଶ୍ୱର: ମଟର ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଉପଯୋଗୀ । ଏଥିରେ ବହୁ ପ୍ରକାରର ପୋଷକ ତତ୍ୱ ରହିଛି । ତେବେ ଜାଣନ୍ତୁ ମଟରର କେତେକ ଅଜଣା ଗୁଣ ସମ୍ପର୍କରେ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

ମଟର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଯାହାକି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରେ । ଏହା ଆପଣଙ୍କୁ ରୋଗରୁ ମୁକ୍ତ କରେ ।

ସୁଗାର ନିୟନ୍ତ୍ରଣ କରେ

ମଟର ସୁଗାର ମାତ୍ରାରେ ନିୟନ୍ତ୍ରଣ କରେ । ଏହା ଦ୍ୱାରା ଡାଇବେଟିସ୍ ହେବା ଆଶଙ୍କା କମ୍ ହୋଇଥାଏ ।

ପୋଷକ ତତ୍ତ୍ୱରେ ଭରପୁର

ମଟର ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଏହା ହାର୍ଟ ସମ୍ବନ୍ଧିତ ସମସ୍ୟା ଦୂର କରେ । ଏଥିରେ ପ୍ରୋଟିନ ଏବଂ ଭିଟାମିନ୍ ବହୁ ମାତ୍ରାରେ ଥାଏ । ହାଡକୁ ମଧ୍ୟ ମଜବୁତ କରେ ।

Comments are closed.