Latest Odisha News

BREAKING NEWS

ଅଖତରଙ୍କ ରେକର୍ଡ ଭାଙ୍ଗିଲେ ପଥିରାନା !

ଶ୍ରୀଲଙ୍କା କ୍ରିକେଟ ଟିମର ଯୁବ ବୋଲର ମଥିଶୀ ପଥିରାନା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ।

ରିପୋର୍ଟ ମୁତାବକ ୧୭ ବର୍ଷୀୟ ପଥିରାନା ଭାରତ ଟିମ୍ ବିରୋଧରେ ଗୋଟିଏ ବଲ ୧୭୫ କିଲୋମିଟର ପ୍ରତି ଘଂଟାରେ ପକାଇଥିଲେ । ଯାହା କି ଏକ ରେକର୍ଡ । ୧୭ ବର୍ଷ ପୂର୍ବେ ପାକିସ୍ତାନର ଶୋଏବ ଅଖତରଙ୍କ ନାମରେ ଏହି ରେକର୍ଡ ରହିଥିଲା । ପଥିରାନା ବଲ ପକାଇବା ପରେ ସ୍କ୍ରିନରେ ଏହି ସ୍ପିଡ ଉଲ୍ଲେଖ କରାଯାଇଥିଲା । ଏହି ବଲଟି ୱାଇଡ ରହିଥିଲା ।

ତେବେ ଏ ନେଇ ଆଇସିସି ପକ୍ଷରୁ ଅଫିସିଆଲ ଷ୍ଟେଟମେଂଟ ଆସିନାହିଁ । ସ୍ପିଡୋମିଟରରେ ଯାନ୍ତ୍ରିକ ତ୍ରୁଟି ଥିବା ନେଇ ସ୍ପଷ୍ଟ ହୋଇ ନାହିଁ ।

ବର୍ତମାନ ସୁଦ୍ଧା ଏହି ବଲକୁ ରେକର୍ଡ ତାଲିକାରେ ସାମିଲ କରାଯାଇ ନାହିଁ । ୩/୪ ମାସ ତଳେ ପଥିରାନାଙ୍କ ବୋଲିଂ ଆକ୍ସନ ନେଇ ଶ୍ରୀଲଙ୍କାକୁ ଆଉ ଏକ ଲାସିଥ ମାଲିଙ୍ଗା ମିଳିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.