ଭୁବନେଶ୍ୱର: ଅଫ୍ଲାଇନ୍ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ମନ୍ତ୍ରୀ କହିଛନ୍ତି, ”ଅଫ୍ଲାଇନ୍ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି । ତେଣୁ ସେହି ଆଧାରରେ ରାଜ୍ୟରେ ବି ଅଫ୍ଲାଇନ୍ରେ ପରୀକ୍ଷା ହେବ । ତେଣୁ ପରୀକ୍ଷା ହେବାରେ ବିଳମ୍ବ ହେବ । କିନ୍ତୁ ତା ପୂର୍ବ ଯାଏଁ ପାଠପଢ଼ା ହେବ।”
ସେପଟେ ସ୍କୁଲ୍ ଖୋଲିବା ପ୍ରସଙ୍ଗରେ ବିଚାର ବିମର୍ଶ ଚାଲିଛି ଓ ଏ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
Comments are closed.