Latest Odisha News

ଆସନ୍ତାକାଲିଠୁ ମ୍ୟାଟ୍ରିକ ଖାତା ପୁନଃ ଯାଞ୍ଚ ଆବେଦନ

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୬) ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନ୍‌ଲାଇନ ଆବେଦନ ଆରମ୍ଭ ହେବ। ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ଆବେଦନର ସମସ୍ତ ନିୟମାବଳୀ ଉପଲବ୍ଧ ରହିବ। ଏହି ରିଚେକିଂ ପାଇଁ ଆବେଦନ କରିବାକୁ ଚାହୁଁଥିବା ପରୀକ୍ଷାର୍ଥୀ ମାନେ ଆସନ୍ତା ଅଗଷ୍ଟ ମାସ ୧୮ତାରିଖ ମଧ୍ୟରାତ୍ରୀ ସୁଦ୍ଧା ଷ୍ଟେଟ୍‌ବ୍ୟାଙ୍କ୍‌ କଲେକ୍ଟ ମାଧ୍ୟମରେ ଫି ଦାଖଲ କରିପାରିବେ।

ମିଳିଥିବା ସୂଚନା ଅନୁଯାୟୀ, ‌ଆସନ୍ତା ୩ ମାସ ମଧ୍ୟରେ ବୋର୍ଡ କର୍ତ୍ତୃପକ୍ଷ ପୁନଃ ଯାଞ୍ଚ ପ୍ରକ୍ରିୟାକୁ ସମାପ୍ତ କରି ସଂଶୋଧିତ ସାର୍ଟିଫିକେଟ୍ ଓ ମାର୍କସିଟ୍‌ ପ୍ରଦାନ କରିବେ। ଏହାସହ ଆଦେବନକାରୀମାନେ ଖାତାର ଜେରକ୍ସ କପି ବୋର୍ଡ ୱେବ୍‌ସାଇଟରୁ ଡାଉନ୍‌ଲୋଡ୍‌ କରିପାଇବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଅଗଷ୍ଟ ୨୮ତାରିଖ ମଧ୍ୟରେ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ବା ଯେକୌଣସି ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟଦିବସରେ ପୁନଃଯାଞ୍ଚ ବା ଜେରକ୍ସ କପି ପାଇଁ ଆବେଦନ କରି‌ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

Comments are closed.