Latest Odisha News

BREAKING NEWS

୧୬ ତାରିଖରୁ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର

ଜମ୍ମୁ କଶ୍ମୀର: ଚାରି ମାସ ପରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ମିଳିବ । ମାଆଙ୍କୁ ପୂଜାର୍ଚ୍ଚନା କରିବେ ଭକ୍ତ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା । ଜମ୍ମୁ କଶ୍ମୀର ସରକାର ରାଜ୍ୟରେ ସବୁ ଧାର୍ମିକ ସ୍ଥଳୀ ଖୋଲିବାକୁ ଘୋଷଣା କରିଥିଲେ । ଏହାପରେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ କରିବାକୁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି ।

କଟକଣା ଭିତରେ ମାଆଙ୍କୁ ଦର୍ଶନ କରିବେ ଭକ୍ତ । ଭିଡକୁ ଏଡାଇବା ପାଇଁ ବ୍ୟବସ୍ଥା କରାଯିବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ ।

କରୋନା ମହାମାରୀ ଯୋଗୁ ଚାରି ମାସ ହେବ ବନ୍ଦ ରହିଥିଲା ବୈଷ୍ଣୋ ଦେବୀ ଯାତ୍ରା । ମେ ୧୮ ତାରିଖରୁ ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ମନ୍ଦିର । ଜମ୍ମୁ କଶ୍ମୀରରେ ଧାର୍ମିକ ସ୍ଥଳୀ ଖୋଲିବା ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଏସଓପି ଜାରି କରିବେ ।

Leave A Reply

Your email address will not be published.