Latest Odisha News

BREAKING NEWS

ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ, ଖୁବଶୀଘ୍ର ନିଷ୍ପତ୍ତି : ମନ୍ତ୍ରୀ

ଭୁବନେଶ୍ୱର: ପୁରୁଣା ଢ଼ାଞ୍ଚା ଅର୍ଥାତ୍ ବର୍ଷକୁ ଥରେ ପରୀକ୍ଷା ଦେଇପାରନ୍ତି ମାଟ୍ରିକ ପରୀକ୍ଷାର୍ଥୀ। ଏହି ସୂଚନା ଦେଇଛନ୍ତି ନୂଆ କରି ଗଣଶିକ୍ଷା ମନ୍ତ୍ରୀ ହୋଇଥିବା ପ୍ରମିଳା ମଲ୍ଲିକ। କୋଭିଡ ପରଠୁ ବିଦ୍ୟାର୍ଥୀଙ୍କ ପରୀକ୍ଷାକୁ ସରଳ କରିବାକୁ ସମ୍ମେଟିଭ୍ ଓ୍ୱାନ, ଟୁ ପରୀକ୍ଷା ବ୍ୟବସ୍ଥା ହୋଇଥିଲା। ଦୁଇଟି ପରୀକ୍ଷାର ମାର୍କ ମିଶିବା ପରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଉଥିଲା।

ମନ୍ତ୍ରୀ ପ୍ରମିଳା କହିଛନ୍ତି, ପ୍ରଥମ ଓ ଦ୍ୱାଦଶ ପରୀକ୍ଷାରେ କିଛି ପରିବର୍ତ୍ତନ କରାଯିବ। ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆମେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛୁ ଏବଂ ଏହା ଖୁବ୍ ଶୀଘ୍ର କରାଯିବ, ଯାହାଫଳରେ ଜଣେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶିକ୍ଷାବର୍ଷର କ୍ଷତି ସହିବାକୁ ପଡ଼ିବ ନାହିଁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି। ସେହିପରି ଆଗାମୀ ଦିନରେ ପୂର୍ବରୁ ଯେଉଁଭଳି ବର୍ଷକୁ ଥରେ ମାଟ୍ରିକ ପରୀକ୍ଷା ହେଉଥିଲା। ସେହିପରି ପରୀକ୍ଷା କରିବାକୁ ଚିନ୍ତା କରାଯାଉଛି।

କୋଭିଡ୍ ବେଳେ ପିଲାଙ୍କ ପାଠପଢ଼ା ଠପ୍ ହୋଇଯାଇଥିଲା। ତେଣୁ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ବିଦ୍ୟାର୍ଥୀ ବିନା ପରୀକ୍ଷାରେ ପାସ୍ କରିଥିଲେ। ଏହାପରେ କୋଭିଡର ସ୍ଥିତି ଅସ୍ପଷ୍ଟ ଥିବାରୁ ବୋର୍ଡ କର୍ତ୍ତୃପକ୍ଷ ୨୦୨୧ ଏବଂ ୨୦୨୨ ଶିକ୍ଷାବର୍ଷରେ ଦଶମ ଶ୍ରେଣୀର ପାଠ୍ୟକ୍ରମକୁ ହ୍ରାସ କରାଯିବା ସହ ପରୀକ୍ଷା ବ୍ୟବସ୍ଥା ଓ ମୂଲ୍ୟାୟନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଥିଲା।

Leave A Reply

Your email address will not be published.