କଟକ: ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆଜି ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ । ସକାଳ ୯ଟାରେ ଭିଡିଓ କନଫରେନ୍ସିଂରେ ପରୀକ୍ଷାଫଳ ଅନୁମୋଦନ କାର୍ଯ୍ୟ ଶେଷ ହେବ । ସାଢ଼େ ୧୧ଟାରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଛାତ୍ରଛାତ୍ରୀ ବୋର୍ଡର ଦୁଇଟି ଓ୍ୱେବସାଇଟ୍ ଓ ଏସଏମଏସ୍ ଜରିଆରେ ଜାଣିପାରିବେ ଫଳାଫଳ ।
ଓ୍ୱେବସାଇଟଗୁଡ଼ିକ ହେଲା www.bseodisha.ac.in ଓ www.bseodisha.nic.in । ସେହିପରି ଏସ୍ଏମ୍ଏସ୍ ଜରିଆରେ ବି ଛାତ୍ରଛାତ୍ରୀ ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ । ଏହା ବ୍ୟତୀତ ମୋବାଇଲରେ OR01<RollNo> ଲେଖି ୫୬୭୬୭୫୦ ନମ୍ବରକୁ ଏସ୍ଏମ୍ଏସ୍ କଲେ ବି ମିଳିବ ରେଜଲ୍ଟ ।
ପରୀକ୍ଷାଫଳକୁ ନେଇ ଉତ୍କଣ୍ଠିତ ଛାତ୍ରଛାତ୍ରୀ । ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା । ତେବେ ବାତ୍ୟା ଅମ୍ଫନ ଓ କୋଭିଡ୍ ଯୋଗୁ ମୂଲ୍ୟାୟନ ଓ ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଛି ।
Comments are closed.