Latest Odisha News

ସମ୍ୱଲପୁର ଓ ରେଙ୍ଗାଲି ବିଧାୟକଙ୍କ ନାଁରେ ପୋଲିସ ରୁଜୁ କଲା ମାମଲା

ସମ୍ୱଲପୁର: ପୁଣି ବିବାଦରେ ସମ୍ୱଲପୁର ବିଧାୟକ ଜୟନାରାଣ ମିଶ୍ର । ତାଙ୍କ ନାଁରେ ସମ୍ବଲପୁର ଟାଉନ୍ ଥାନାରେ ଏତଲା ହୋଇଛି । ତାଙ୍କ ସହ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନାଁରେ ବି ରୁଜୁ ହୋଇଛି ମାମଲା । କୋଭିଡ୍ ନିୟମର ଉଲ୍ଲଂଘନ ଓ ପୋଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏତଲା ଦାୟର କରିଛି ସମ୍ବଲପୁର ପୋଲିସ ।

ଗତକାଲି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧ ଦଳ ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲା । କୋଭିଡ ସମୟରେ ଜିଲ୍ଲା ପ୍ରଶାସନ ଠିକ ଭାବରେ ଦାୟିତ୍ୱ ନିର୍ବାହ କରୁନଥିବାରୁ ଦାବିପତ୍ର ଦେବାକୁ ଯାଇଥିଲା ବିଜେପି ଟିମ୍ । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲାପାଳଙ୍କ ଅଫିସ ଭିତରେ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ସେମାନଙ୍କୁ ଅଟକାଇଥିଲା ପୋଲିସ ।

ଏହି ଘଟଣାକୁ ନେଇ ପୋଲିସ ଓ ବିଧାୟକଙ୍କ ମଧ୍ୟରେ ବିତର୍କ ଓ ଠେଲାପେଲା ହୋଇଥିଲା । ଶେଷରେ ମୁଖ୍ୟ ଫାଟକ ଠେଲି ଜିଲ୍ଲାପାଳଙ୍କ ଅଫିସ ଭିତରେ ପ୍ରବେଶ କରିଥିଲେ ବିଧାୟକ । ତାଙ୍କ ସହିତ ଥିଲେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ।

Leave A Reply

Your email address will not be published.