କଟକ : ଓଡିଶାରେ ମ୍ୟାଟ୍ରିକ୍ ରେଜଲ୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଥିବାବେଳେ ଜୁନ୍ ମାସ ଶେଷ ସପ୍ତାହ ବେଳକୁ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ନିଷ୍ପତ୍ତି ଗ୍ରହଣ କରିଛି ।
“ଯେଉଁ ଛାତ୍ରମାନେ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନାହାନ୍ତି କିମ୍ବା ଗୋଟିଏ କିମ୍ବା ୨ଟି ପରୀକ୍ଷାରେ ବିଫଳ ହୋଇଛନ୍ତି, ସେମାନେ ପୁଣିଥରେ ଜୁନ୍ ମାସ ଶେଷ ସପ୍ତାହ ବେଳକୁ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ । ଫଳରେ ସେମାନେ ଯୁକ୍ତ ୨ରେ ପ୍ରବେଶ ଲାଗି ସୁଯୋଗ ପାଇପାରିବେ” ବୋଲି ବିଏସଇ ଅଧ୍ୟକ୍ଷା ଜାହାନ ଆରା ବେଗମ୍ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।