Latest Odisha News

BREAKING NEWS

ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟିକ୍‌ ପରୀକ୍ଷା ଫଳ । ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ଅପରାହ୍ନ ୧ଟାରେ ମାଟ୍ରିକ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ବୋର୍ଡ ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ସେମାନଙ୍କ ରୋଲ୍‌ ନମ୍ବର ଆଧାରରେ ପରୀକ୍ଷା ଫଳ  ଅପରାହ୍ନ ୧ଟା ପରେ ଜାଣିପାରିବେ ।

ବୋର୍ଡ ପକ୍ଷରୁ www.bseodisha.ac.in ଅପରାହ୍ନ ୧ଟାରୁ ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍‌ ହେବ ବୋଲି ସୂଚନା ଦିଆଯାଇଛି ।

ଯେଉଁମାନେ ଚାହିଁବେ ମେସେଜ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ରେଜଲ୍ଟ ଜାଣିବା ଲାଗି ବ୍ୟବସ୍ଥା ରହିଛି । ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ ।

Leave A Reply

Your email address will not be published.