Latest Odisha News

BREAKING NEWS

ଆଜି ଦକ୍ଷିଣମୋଡ଼ ନେବ ତିନି ରଥ

ପୁରୀ: ମହାପ୍ରଭୁଙ୍କ  ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ  ଥିବା ତିନିରଥ ଦକ୍ଷିଣମୋଡ଼ ନେବ । ତିନି ରଥ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲି ସମ୍ମୁଖକୁ ସଫାସୁତରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି । ରଥଯାତ୍ରା ପରଠାରୁ ତିନି ରଥ ଉତ୍ତର ମୁହାଁ ହୋଇ ରହିଥିଲେ । ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି ।

ତେବେ ଦକ୍ଷିଣ ମୋଡ ନେବା ପୂର୍ବରୁ  ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ରଥ ନିକଟରେ ପହଞ୍ଚିବ । ଏଥିପାଇଁ ମଧ୍ୟାହ୍ନ ସାଢେ ୧୨ଟା ସ୍ଥିର ହୋଇଛି । ଏହି ଆଜ୍ଞାମାଳ ରଥରେ ଲାଗି ହେବ । ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥ ଦକ୍ଷିଣମୋଡ଼ ନେବ । ପ୍ରଥମେ ଭଉଣୀ ସୁଭଦ୍ରାଙ୍କ ରଥ, ପରେ ଶ୍ରୀବଳଭଦ୍ରଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ କରାଯିବ । ବାହୁଡା ଯାତ୍ରା ପୂର୍ବରୁ ଗତକାଲି ତିନି ରଥର ମରାମତି କାମ ଶେଷ ହୋଇଛି । ସେପଟେ ସହରର ସୁରକ୍ଷା ବ୍ୟବସ୍ଥା ବାହୁଡା ପୂର୍ବରୁ ପୁଣି ଆଉ ଥରେ ଟାଇଟ କରାଯାଉଛି ।

 

Leave A Reply

Your email address will not be published.