Latest Odisha News

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ; ଆସନ୍ତାକାଲି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ଥିଲା। ସୁପ୍ରିମକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ଆସନ୍ତାକାଲି ଏହାର ଶୁଣାଣି ହୋଇପାରେ ବୋଲି ଜଣାପଡ଼ିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପିଟିସନରେ କୁହାଯାଇଛି ଯେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ ସ୍ପଷ୍ଟ ଭାବେ ଉଦ୍ଦେଶ୍ୟମୂଳକ ଥିଲା। ଏହା ସହିତ ଜାତୀୟ ସୁରକ୍ଷା ଏବଂ ପଞ୍ଜାବ ସରକାରଙ୍କ ଭୂମିକାକୁ ନେଇ ଏକ ଗମ୍ଭୀର ପ୍ରଶ୍ନ ଉଠିଛି।

ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ନେଇ ଦାବି କରାଯାଇଛି।

Comments are closed.