ପ୍ରୟାଗରାଜ: ପ୍ରୟାଗରାଜରେ ମାଘ ମେଳା ପାଇଁ ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥଙ୍କ ପଂହଚିବା ଆରମ୍ଭ ହୋଇଛି । ଏହି ସବୁ ମଧ୍ୟରେ ଆକର୍ଷଣର କେନ୍ଦ୍ର ସାଜିଛନ୍ତି ଶିବଯୋଗୀ ମୌନି ବାବା ବା ରୁଦ୍ରାକ୍ଷ ବାବା । ୪୪ ବର୍ଷ ହେବ ସେ ଅନ୍ନ କିମ୍ବା ଲୁଣ ଖାଇ ନାହାନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସେ ସଂଘର୍ଷ ଜାରି ରଖିଛନ୍ତି ।
ଏପରି କି ବଂଚିଥିବା ଯାଁଏ ରାମ ମନ୍ଦିର ନିର୍ମାଣ ହେଲା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୧ ଶହ ଦୀପ ଜାଳିବେ ବୋଲି ସଂକଳ୍ପ କରିଛନ୍ତି । ଏ ପର୍ଯ୍ୟନ୍ତ ସେ ୪କୋଟିରୁ ଊର୍ଦ୍ଧ୍ୱ ଦୀପ ଜାଳି ସାରିଛନ୍ତି । ରାମ ମନ୍ଦିର ସମ୍ପୂର୍ଣ୍ଣ ହେଲେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସଂକଳ୍ପ ପୂରା କରିବେ । ରାମ ମନ୍ଦିର ପାଇଁ ୧୨ ବର୍ଷ ମୌନ ରହିଥିବାରୁ ତାଙ୍କୁ ସମସ୍ତେ ମେଯନୀ ବାବା ଡାକୁଛନ୍ତି ।
Comments are closed.