ଦିଲ୍ଲୀ : ମାରିୟୁପୋଲ ସହର ଉପରେ ସକାଳୁ ସକାଳୁ ବୋମାବର୍ଷା କରୁଛନ୍ତି ଋଷ୍ ସେନା । ବୋମାମାଡରେ ଥରୁଛି ମାରିୟୁପୋଲ । ବିସ୍ଫୋରଣ ଶବ୍ଦରେ ଚାରିଆଡେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି ।
ପରିସ୍ଥିତି ଖୁବ୍ ଜଟିଳ ଏବଂ ରୁଷୀୟ ସେନା ମାନବୀୟ କରିଡର୍ ଅବରୋଧ କରିସାରିଛି । ଆଜକୁ ୫ ଦିନ ହେବ ସହରରେ ବିଜୁଳି ସରବରାହ ନାହିଁ ଏବଂ ଏବେ ପାଣି ମଧ୍ୟ ଶେଷ ହୋଇଗଲାଣି ବୋଲି ଦକ୍ଷିଣ ୟୁକ୍ରେନୀୟ ନଗରୀ ମାଇରୁପୋଲ୍ର ମେୟର୍ ଭାଦିମ ବୋଇଚେଙ୍କୋ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ରମାଗତ ୬ ଦିନ ହେବ ନଗରୀରେ ବିମାନ ଆକ୍ରମଣ ଚାଲିଥିବାରୁ ସେମାନେ ଶବ ଉଦ୍ଧାର କରି ପାରୁନାହାନ୍ତି ।୪ ଲକ୍ଷ ଜନତା ଥିବା ମାଇରୁପୋଲ୍ରେ ୫ ଦିନ ହେବ ବିଜୁଳି ନାହିଁ । ବିଜୁଳି ଶକ୍ତି ଯୋଗାଣ ପାଇଁ ଆମର ସମସ୍ତ ତାପଜବିଦ୍ୟୁତ୍ ଉପକେନ୍ଦ୍ର ଉପରେ ନିର୍ଭର କରେ । ଆମ ପାଖରେ ଉତ୍ତାପ ନାହିଁ।
ରୁଷ୍ ମାଇରୁପୋଲ୍ ଆକ୍ରମଣ କରିବା ପରଠାରୁ ମୋବାଇଲ୍ ନେଟ୍ୱାର୍କ ନାହିଁ । ସଂରକ୍ଷିତ ଜଳ ଯୋଗାଣ ହରାଇ ଥିବାରୁ ସହରରେ ଆଦୌ ଜଳ ନାହିଁ। ସହର ଚାରିପଟେ ସୈନ୍ୟ ଘେରାଇ ଅବରୋଧ କରିବା ସହ ମାନବୀୟ ସହାୟତାରୁ ସହରକୁ ବଞ୍ଚିତ କରିବା ଲାଗି ରୁଷୀୟ ସେନା ଉଦ୍ୟମ ଚଳାଇଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ଡାକ୍ତରୀ ସାମଗ୍ରୀ, ଶିଶୁ ଆହାର ଯୋଗାଣ ମଧ୍ୟ ବନ୍ଦ କରି ସେମାନେ ଆମକୁ ମାନବୀୟ କରିଡର୍ରୁ ବିଚ୍ଛିନ୍ନ କରିବାକୁ ଚାହୁଁଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ହେଉଛି ସହରକୁ ରୁଦ୍ଧ କରି ଆମ ଉପରେ ଅସହଣୀୟ ଚାପ ପ୍ରୟୋଗ କରିବାକୁ ଚାହୁଁଛି ବୋଲି ବୋଇଜେଙ୍କୋ କହିଛନ୍ତି ।
Comments are closed.