Latest Odisha News

BREAKING NEWS

ସଙ୍କଟରେ ମକ୍କା ପ୍ରତିରକ୍ଷା ଚୁକ୍ତି: କାହାକୁ ଡରୁଛି ପାକିସ୍ତାନ?

ଦିଲ୍ଲୀ : ହୁତି ସଂଗଠନର ଚେତାବନୀ ପରେ ପାକିସ୍ତାନ ଓ ତୁର୍କୀର ଆଭିମୁଖ୍ୟ ବଦଳିଲା । ସାଉଦି ଆରବ, ପାକିସ୍ତାନ ଓ ତୁର୍କୀ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ‘ମକ୍କା ପ୍ରତିରକ୍ଷା ଚୁକ୍ତି’ ଏବେ ଗମ୍ଭୀର ସଂକଟର ସମ୍ମୁଖୀନ ହୋଇଛି। ସାଉଦି ଆରବର ବିଭିନ୍ନ ତୈଳ ପ୍ରକଳ୍ପ ଓ ପବିତ୍ର ସହର ମକ୍କା ନିକଟରେ ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଡ୍ରୋନ ଏବଂ ମିସାଇଲ ଆକ୍ରମଣ ପରେ ଏହି ସାମରିକ ମେଣ୍ଟର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହୁତି ସଂଗଠନର କଠୋର ଚେତାବନୀ : ୟେମେନର ହୁତି ବିଦ୍ରୋହୀମାନେ ପାକିସ୍ତାନ ଓ ତୁର୍କୀକୁ ସାମରିକ ପଦକ୍ଷେପ ନ ନେବାକୁ ଚେତାବନୀ ଦେଇଛନ୍ତି। ସେମାନଙ୍କ କହିବା କଥା, ଯଦି କୌଣସି ବାହ୍ୟ ଶକ୍ତି ସାଉଦି ଆରବ ସମର୍ଥନରେ ୟେମେନ ବିରୋଧରେ ଯୁଦ୍ଧକୁ ଆସେ, ତେବେ ତାହାର ପରିଣାମ ଭୟାବହ ହେବ । ଏହି ଚେତାବନୀ ପରେ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଅଗଷ୍ଟ ମାସରେ ସ୍ୱାକ୍ଷରିତ ଏହି ମକ୍କା ଚୁକ୍ତିର ନିୟମ ଅନୁଯାୟୀ—‘କୌଣସି ଗୋଟିଏ ସଦସ୍ୟ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ, ତାହାକୁ ବାକି ଦୁଇ ଦେଶ ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯିବ’।

ଆକ୍ରମଣ ଆରମ୍ଭରେ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ୍ ସାଉଦି ଆରବର ସୁରକ୍ଷା ପାଇଁ ସାମରିକ ଶକ୍ତି ପ୍ରୟୋଗ ଓ ଚୁକ୍ତି ସକ୍ରିୟ କରିବାକୁ ଧମକ ଦେଇଥିଲେ। ମାତ୍ର ହୁତି ସଂଗଠନର ଚେତାବନୀ ଏବଂ ଇରାନ ସହ ସମ୍ପର୍କ ବିଗିଡ଼ିବା ଭୟରେ ପାକିସ୍ତାନ ନିଜ ବକ୍ତବ୍ୟରୁ ଓହରି ଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ହୁତି ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରସ୍ତାବ ନାହିଁ।

ତୁର୍କୀର ନୀରବତା ଓ ସାଉଦିର ଚିନ୍ତା: ତୁର୍କୀ ମଧ୍ୟ ଏହି ବିବାଦରେ ସିଧାସଳଖ ସାମରିକ ଯୁଦ୍ଧକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେଉଛି। ମକ୍କା ପ୍ରତିରକ୍ଷା ଚୁକ୍ତି ସତ୍ତ୍ୱେ ପ୍ରମୁଖ ସହଯୋଗୀ ଦେଶଗୁଡ଼ିକ ସିଧାସଳଖ ଯୁଦ୍ଧରୁ ଦୂରେଇ ରହିବାରୁ ସାଉଦି ଆରବର ଜାତୀୟ ସୁରକ୍ଷା ଓ ତୈଳ ରପ୍ତାନି ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି।

Leave A Reply

Your email address will not be published.