ସାଉଦି ଆରବ: ସୁନାମି ପରି ମାଡି ଚାଲିଛି କରୋନା ଭୂତାଣୁ । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଚୀନ୍ ସମତେ ଚାରିଆଡେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ଭୂତାଣୁର ଭୟ ଏବେ ସାଉଦି ଆରବକୁ ମଧ୍ୟ ଘାରିଛି । ଏଥିପାଇଁ ମକ୍କା-ମଦିନା ଯାତ୍ରା ଉପରେ ରୋକ ଲଗାଯାଇଛି । ସାଉଦି ଆରବ ମକ୍କା-ମଦିନାକୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବିଦେଶ ମନ୍ତ୍ରାଳୟ । ହଜ ଯାତ୍ରା ପୂର୍ବରୁ ସାଉଦି ଆରବ ଏଭଳି ନିଷ୍ପତି ନେଇଛି।
କେବଳ ସେତିକି ନୁହେଁ ମକ୍କା ସହ ମଦିନାରେ ଅବସ୍ଥିତ ପେଗମ୍ବର ମହମ୍ମଦଙ୍କ ମସଜିଦ ଯାତ୍ରାକୁ ମଧ୍ୟ ବ୍ୟାନ୍ କରାଯାଇଛି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ପୁରା ବିଶ୍ୱ ସହ ସାଉଦି ଆରବ ଏକାଠି ହୋଇ ଲଢ଼ିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଏହି ମାରାତ୍ମକ ଭୂତାଣୁ ସଂକ୍ରମଣ ଯୋଗୁଁ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୮୧ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।
BREAKING NEWS
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
Comments are closed.