Latest Odisha News

BREAKING NEWS

ମାଆ ପାଖରେ ଅମାନିଆ ଛୁଆ ଓରାଂଟନର ଗେହ୍ଲବସର ଫଟୋ ଏବେ ଚର୍ଚ୍ଚାରେ

ପାଇରି ଡାଇଜା: ବେଲଜିୟମର ପାଇରି ଡାଇଜା ଚିଡିଆଖାନାରେ ଓରାଂଟନ ମାଆ ଓ ପୁଅର ସ୍ନେହ ଏବେ ସୋସିଆଲ ନେଟୱର୍କିଂରେ ବେଶ୍ ଆଦୃତ ହେଉଛି । ୩ ବର୍ଷୀୟ ଓରାଂଟନ ବେରାନୀ ତାର ମାଆ ସହିତ ଖେଳୁଥିଲା । ଖେଳିବା ସମୟ ଗଡିଗଲା ପରେ ମାଆ ସାରି ତାକୁ ଡାକିବାରୁ ବେରାନୀ ଆସି ନ ଥିଲା । ଜିଦି କରିବାରୁ ସାରି ତାକୁ ଭିଡି ଭିଡି ନେଇ ଯାଉଥିଲା ।

ଏହି ଦୃଶ୍ୟକୁ ଜଣେ ଫଟୋଗ୍ରାଫର ଉଠାଇ ସୋସିଆଲ ନେଟୱର୍କି ସାଇଟରେ ଛାଡିବା ପରେ ଏହା ଏବେ ଭାଇରାଲ ହୋଇଛି । ପରେ ଏହି ମାଆ ଛୁଆ ପରସ୍ପରକୁ ଗେହ୍ଲ କରୁଥିବା ଦୃଶ୍ୟ ମଧ୍ୟ ସେ ଉଠାଇଥିଲେ । ଜର୍ମାନୀରୁ ଏହି ଓରାଂଟନ ପରିବାରକୁ ୨୦୧୭ରେ ଏଠାକୁ ଅଣାଯାଇଛି । ବେରାନୀର ବାପା ନାମ ଉଜୈନ ।

Leave A Reply

Your email address will not be published.