Latest Odisha News

ସୁନ୍ଦରଗଡ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ, ସିଡିରୁ ଖସିପଡି କାର୍ଯ୍ୟରତ ଶ୍ରମିକ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ଜିଲ୍ଲାର ବୁଢାକଟା ସ୍ଥିତ ସ୍କାନ ଷ୍ଟିଲ ଲିମିଟେଡର ୟୁନିଟ-2 ପ୍ଲାଣ୍ଟରେ କାମ ଚାଲିଥିବାବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୩୯ ବର୍ଷୀୟ ଚରଣ ନାୟକ । ଚରଣ ପ୍ଲାଣ୍ଟରେ ଟେକନିସିଆନ ଭାବେ ନିଯୁକ୍ତ ଥିଲେ ।

BjdElectrycity

ସୂଚନା ମୁତାବକ, ସୋମବାର ବୁଢାକଟା ସ୍ଥିତ ଷ୍ଟିଲ ପ୍ଲାଣ୍ଟରେ ଚରଣ ସିଡି ଉପରେ ଚଢି ଏକ ଓ୍ବେଲଡିଙ୍ଗ କାମ କରୁଥିଲେ । ଏହି ସମୟରେ ସେ ଏକ ଓ୍ବେଲଡିଂ କେବୁଲକୁ ହାତରେ ଧରି ତଳକୁ ଓହ୍ଲାଉଥିବା ସମୟରେ ତାଙ୍କର ଗୋଡ ଖସିଯାଇଥିଲା । ପରେ ସେ ବହୁ ଉଚ୍ଚରୁ ତଳକୁ ଖସିପଡିଥିଲେ । ଫଳରେ ତଳେ ମାଡ ହୋଇ ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଥିଲା ।

ଚରଣଙ୍କ ଚିତ୍କାର ଶୁଣି ପାଖରେ କାମ କରୁଥିବା ଅନ୍ୟ କର୍ମଚାରୀ ମାନେ ଦୌଡି ଆସି ଚରଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 

Leave A Reply

Your email address will not be published.