Latest Odisha News

BREAKING NEWS

ଜମ୍ମୁ କାଶ୍ମୀର ଆତଙ୍କବାଦ ପୀଡିତଙ୍କ ପାଇଁ କେନ୍ଦ୍ରୀୟ କୋଟାରେ ମେଡିକାଲ ସିଟ୍ ସଂରକ୍ଷଣ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦର ଶିକାର ମୃତ ବ୍ୟକ୍ତିଙ୍କ ପିଲାମାନଙ୍କ ପାଇଁ ମେଡିକାଲ ସିଟ୍ ସଂରକ୍ଷଣ ହେବ । ଦେଶର ସମସ୍ତ ସରକାରୀ ମେଡିକାଲ କଲେଜ ଗୁଡିକରେ ଏପରି ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ସିଟ୍ ସଂରକ୍ଷଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁମାନଙ୍କ ପିତା କିମ୍ୱା ମାତା ଆତଙ୍କବାଦୀଙ୍କ ଦ୍ୱାରା ମୃତ କିମ୍ୱା ସ୍ଥାୟୀ ଭାବେ ଅକ୍ଷମ ହୋଇଥିବେ ସେମାନଙ୍କ ପାଇଁ ସାରା ଦେଶରେ ଥିବା ସରକାରୀ ମେଡିକାଲ କଲେଜ ଗୁଡିକରେ ଏମବିବିଏସ୍ ଓ ବିଡିଏସ୍ ପାଇଁ ସ୍ଥାନ ସଂରକ୍ଷଣ ରହିବ । ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ବିଜ୍ଞପ୍ତିରେ ସହମତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତିରେ ଉଲ୍ଲେଖ ରହିଛିଯେ, ଯେଉଁମାନଙ୍କର ଉଭୟ ପିତାମାତା ଆତଙ୍କୀ ଦ୍ୱାରା ଜୀବନ ହରାଇଥିଲେ, ସେହି ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଚୟନ କରାଯିବ ।

ଏହାବାଦ୍ ଜମ୍ମୁ କାଶ୍ମୀରରେ ନିଯୁକ୍ତି ପାଇଥିବା ଅନ୍ୟ ରାଜ୍ୟ କିମ୍ୱା କେନ୍ଦ୍ରଶାସିତ ଅଞ୍ଚଳର କେନ୍ଦ୍ର ସରକାରୀ କର୍ମଚାରୀ  ଆତଙ୍କୀ ଆକ୍ରମଣରେ ମୃତ କିମ୍ୱା ଶାରିରୀକ ଅକ୍ଷମ ହୋଇଥିବେ, ସେମାନଙ୍କ ସନ୍ତାନମାନେ ମଧ୍ୟ ଏହି ନିୟମ ଦ୍ୱାରା ଉପକୃତ ହେବେ । ସେମାନେ ୫୦ ପ୍ରତିଶତ ମାର୍କ ସହିତ ଯୁକ୍ତ ୨ ବିଜ୍ଞାନ ପାସ୍ କରିଥିବା ଆବଶ୍ୟକ । ନିଟ୍ ପରୀକ୍ଷାର ୫୦ ପ୍ରତିଶତ ମାର୍କ ଓ ରାଙ୍କ ଅନୁସାରେ ସେମାନଙ୍କୁ ଏହି ସ୍ୱତନ୍ତ୍ର ସଂରକ୍ଷଣ ପାଇଁ ଚୟନ କରାଯିବ । ଜମ୍ମୁ କାଶ୍ମୀର ବୋର୍ଡ ଅଫ୍ ପ୍ରଫେସନାଲ ଏଣ୍ଟ୍ରାନ୍ସ ଏଗଜାମିନେସନ୍ ଏଥିପାଇଁ ଆବେଦନ ମାଗିଛି । ଏହି ଘୋଷଣା ପରେ ପୀଡିତ ପରିବାରଗୁଡିକ ଆଶ୍ୱସ୍ତ ହୋଇଛନ୍ତି ।

Leave A Reply

Your email address will not be published.