Latest Odisha News

ଗାଡିର ଇଣ୍ଡିକେଟର ଦେଇ ନ ଥିବାରୁ ବିଚ୍ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ

କପ୍ତିପଦା: ଗାଡି ସାଇଡ ମାରିବା ସମୟରେ ଗାଡିର ଇଣ୍ଡିକେଟର ଦେଇ ନ ଥିବାରୁ ଅତି ନିର୍ଦ୍ଦୟ ଭାବେ ବିଚ୍ ରାସ୍ତାରେ ବାଡେଇ ବାଡେଇ କରିଲେ ହତ୍ୟା । ଆଉ ହତ୍ୟାକାଣ୍ଡରେ ମୃତ୍ୟୁବରଣ କରିଛନ୍ତି ବିଜେପିର ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ ।

ଗତକାଲି ବିଳମ୍ବିତ ରାତିରେ ବିଜେପିର ଯୁବମୋର୍ଚ୍ଚା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ ନିଜ ଶ୍ୱଶୁର ଘର କପ୍ତିପଦା ଥାନା ନୂଆସାହି ଅଂଚଳକୁ ଆସିଥିଲେ । ନିଜ ଶ୍ୱଶୁର ଘର ସମ୍ମୁଖରେ ରାସ୍ତାର ଗୋଟିଏ ପାର୍ଶ୍ବରୁ ଅନ୍ୟପାଶ୍ୱର୍କୁ କାର ନେଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଚାରି ଜଣ ଯୁବକ ଦୁଇଟି ବାଇକରେ ଆସି ହଠାତ୍ କାରକୁ ଅଟକାଇବା ସହିତ ଗାଡିରେ ଇଣ୍ଡିକେଟର ନ ମାରି କାଟିଥିବାରୁ କାର ଭିତରୁ ରଞ୍ଜିତଙ୍କୁ ଘୋଷାରି ଆଣି ଅତି ନିର୍ଦ୍ଦୟ ଭାବେ ନିର୍ଘାତ୍ ବାଡେଇବାକୁ ଲାଗିଲେ ।

ବାଡେଇ ବାଡେଇ ରଞ୍ଜିତଙ୍କୁ ଗୁରୁତର କରିଥିବା ବେଳେ ଘଟଣାସ୍ଥଳରେ ରଞ୍ଜିତ ଚେତାଶୂନ୍ୟ ହୋଇ ପଡିଥିଲେ । ଏହା ପରେ ଚାରି ଜଣ ଯୁବକ ଘଟଣାସ୍ଥଳରୁ ଖସି ପଳାଇବା ପରେ ପାଟିତୁଣ୍ଡ ଶୁଣି ରଞ୍ଜିତଙ୍କ ଶ୍ୱଶୁର ଘର ଲୋକେ ପଦାକୁ ଆସି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଡି ସାଇଡ ମାରିବାକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ବେଳେ ଏହି ଘଟଣାରେ ରାତି ମଧ୍ୟରେ କପ୍ତିପଦା ପୋଲିସ୍ ତିନି ଜଣ ଯୁବକଙ୍କୁ ଉଠାଇ ଥାନାରେ ଅଟକ ରଖିଛି । ଏହା ସହିତ ଅନ୍ୟ ଜଣଙ୍କୁ ଗିରଫ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Leave A Reply

Your email address will not be published.