Latest Odisha News

BREAKING NEWS

ଜାଣନ୍ତୁ, ଗୋଲାପ ଫୁଲର ଔଷଧୀୟ ଗୁଣ ସମ୍ପର୍କରେ

ଭୁବନେଶ୍ୱର: ଗୋଲାପକୁ ଫୁଲ ମାନଙ୍କ ମଧ୍ୟରେ ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଏ । ଏହା ଦେଖିବାକୁ ଯେତିକି ସୁନ୍ଦର ଏହାର ବାସ୍ନା ମଧ୍ୟ ସେତିକି ତୃପ୍ତି ଦିଏ । ସମସ୍ତଙ୍କ ବଗିଚାରେ ସହଜରେ ମିଳିଯାଉଥିବା ଏହି ଫୁଲରେ ଭରି ରହିଛି ଅଦ୍ଭୁତ ଔଷଧୀୟ ଗୁଣ । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଗୋଲାପ ପାଖୁଡ଼ାକୁ ବାଟି ଏହାର ପେଷ୍ଟ କରି ତ୍ୱଚାରେ ଲଗାଇବା ଦ୍ୱାରା ଚେହେରା ଉଜ୍ଜ୍ୱଳ ଓ ଚମକ ଦାର ଦେଖାଯାଇଥାଏ।

ଚେହେରା ରେ ଦାଗ ଥିଲେ ଗୋଲାପ ପାଖୁଡ଼ାକୁ ଶୁଖାଇ ଗୁଣ୍ଡ କରନ୍ତୁ। ଏହାକୁ ପାଣି ସହ ମୁଲତାନ ମାଟିରେ ମିଶାଇ ସପ୍ତାହକୁ ଥରେ ଲଗାନ୍ତୁ।

ଗୋଲାପ ଫୁଲ ଶରୀରକୁ ଡିହାଇଡ୍ରେସନ୍‌ରୁ ସୁରକ୍ଷା ଦେବା ସହ ପେଟକୁ ଥଣ୍ଡା ମଧ୍ୟ ରଖିଥାଏ।

ଗୋଲାପରେ ଭିଟାମିନ୍-ସି ଓ ଆଣ୍ଟିଅକ୍ସିଟାଣ୍ଟ ରହିଛି। ଏହାର ପାଖୁଡ଼ାକୁ ପାଣି କିମ୍ୱା ମେଥି ସହ ପେଷ୍ଟ୍‌ କରି ଖାଇବା ଦ୍ୱାରା ଆମର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Comments are closed.