Latest Odisha News

BREAKING NEWS

Medicine Stores To Remain Closed : ସକାଳୁ ଔଷଧ ଦୋକାନ ବନ୍ଦ; ଜାଣନ୍ତୁ କୋଉଠୁ କିଣିବେ ଜୀବନରକ୍ଷକ ଔଷଧ

ଭୁବନେଶ୍ୱର:ଆଜି ଦେଶବ୍ୟାପୀ ମେଡିସିନ ଦୋକାନ ବନ୍ଦ । ସାରା ଦେଶରେ ୨୪ ଘଣ୍ଟା ବନ୍ଦ ରହିବ ଔଷଧ ଦୋକାନ । ବିଭିନ୍ନ ଦାବିକୁ ନେଇ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ପକ୍ଷରୁ ଏହି ଦେଶବ୍ୟାପୀ ଧର୍ମଘଟ ଡାକରା । ଓଡ଼ିଶାରେ ମଧ୍ୟ ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଫଳରେ ରାଜ୍ୟରରେ ଔଷଧ ଦୋକାନ ଗୁଡ଼ିକ ସକାଳୁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।ତେବେ ବନ୍ଦ ବେଳେ ବି ମିଳିବ ଜୀବନରକ୍ଷକ ଔଷଧ । ସରକାରୀ ମେଡିକାଲରେ ଥିବା ସମସ୍ତ ନିରାମୟ କେନ୍ଦ୍ର ଏବଂ ସମସ୍ତ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ସାଧାରଣ ଦିନ ଭଳି ଖୋଲା ରହିଛି ।

ଅନ୍‌ଲାଇନ ଔଷଧ ବିକ୍ରିକୁ ବିରୋଧ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବି କରି ଏଆଇଓସିଡି ଅଧୀନରେ ଥିବା ସମସ୍ତ ଔଷଧ ବ୍ୟବସାୟୀ ଆନ୍ଦୋଳକୁ ଓହ୍ଲାଇଛନ୍ତି । । ଇ-ଫାର୍ମାସି ଏବଂ ଅନ୍‌ଲାଇନ୍‌ ଔଷଧ ଡେଲିଭରି ପ୍ଲାଟ୍‌ଫର୍ମଗୁଡ଼ିକ ଯଥେଷ୍ଟ ନିରୀକ୍ଷଣ ବିନା କାର୍ଯ୍ୟ କରୁଥିବାରୁ ସୃଷ୍ଟ ନିୟମାବଳୀର ଅଭାବ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ପ୍ରତିବାଦ କରାଯାଉଥିବା ଏଆଇଓସିଡି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଥାଉକି, ବନ୍ଦ ସମୟରେ ଜରୁରୀ ଔଷଧ ଯୋଗାଣ ଯେମିତି ପ୍ରଭାବିତ ନହୁଏ, ସେଥିପାଇଁ ପ୍ରସ୍ତୁତ ରହିବାକୁ ଡ୍ରଗ୍ସ କଂଟ୍ରୋଲ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଅଭାବ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ବେଳେ ହସ୍ପିଟାଲ୍ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଡ୍ରଗ୍ସ ଇନ୍ସପେକ୍ଟରମାନେ ହୋଲ୍‌ସେଲର ଓ ବିତରକମାନଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଦୁର୍ଗମ ଅଞ୍ଚଳର କେମିଷ୍ଟମାନଙ୍କୁ ଡାଇବେଟିସ, ଉଚ୍ଚ ରକ୍ତଚାପ, ଆସ୍ଥମା, ହୃଦ୍‌ରୋଗ, କ୍ୟାନ୍‌ସର ଓ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଆଗୁଆ ଔଷଧ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.