Latest Odisha News

ମହାନଦୀରେ ଆସିବ ମଧ୍ୟମ ଧରଣ ବନ୍ୟା

ସମ୍ବଲପୁର: ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା । ବନ୍ୟା ଆସିଲେ ମଧ୍ୟ ପଡିବନି ବିଶେଷ ପ୍ରଭାବ । ଏବେ ହୀରକୁଦରେ ଜଳସ୍ତର ୬୨୮ ଦଶମିକ ୭୯ଫୁଟ ରହିଛି । ୨୮ଟି ଗେଟ ଦେଇ ଛଡ଼ାଯାଉଛି ପାଣି । ବୈତରଣୀର ଆଖୁଆପଦାରେ ୧୮ ଦଶମିକ ୦୬ ମିଟର, ବ୍ରାହ୍ମଣୀ ଜେନାପୁରରେ ୨୦ ଦଶମିକ ୨୪ ମିଟର ଜଳସ୍ତର ରହିଛି । ରେଙ୍ଗାଲିରୁ ପାଣି ଆସୁଥିବାରୁ ବ୍ରହ୍ମଣୀରେ ଜଳସ୍ତର ବଢିବ । ବର୍ଷା ନ ହେଲେ ଏପରି ସ୍ଥିତି ଜାରି ରହିବ ।  ପୂର୍ଣ୍ଣିମା ତିଥି ଆଗକୁ ଥିବାରୁ ସମୁଦ୍ର ଜୁଆରି ରହୁଛି । ନଦୀ ମୁହାଣ ଦେଇ ଅଧିକ ପାଣି ସମୁଦ୍ରକୁ ଯାଇପାରୁନି। ଏଥିଯୋଗୁଁ ତଳିଆ ଅଞ୍ଚଳରେ କିଛିଟା ବନ୍ୟା ପରିସ୍ଥିତି ସୃଷ୍ଟି କରିବ ।

ହୀରାକୁଦ ଜଳଭଣ୍ଡାରରୁ ଛଡ଼ା ଯାଇଥିବା ୨୪ ଗେଟର ପାଣି ମୁଣ୍ଡଳୀରେ ପହଞ୍ଚଛି। ସେଠାରେ ୬ ଲକ୍ଷ ୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ୨୮ଟି ଗେଟର ପାଣି ଆଜି ରାତି ୧୨ଟା ପରେ ପିକ୍ ରହି ପାସ୍ କରିବ। ଏହି ସମୟରେ ୭ରୁ ୭ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ। ଏହା ୪ରୁ ୫ ଘଣ୍ଟା ପିକ୍ ଜଳ ମୁଣ୍ଡଳୀରେ ପ୍ରବାହିତ ହେବ।

ହୀରକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି। ଉପରେ ମୁଣ୍ଡରେ ସାରଡିହି, କଲମା ବ୍ୟାରେଜରେ ଜଳ ପ୍ରବାହ କମିଛି। ସ୍ଥିତି ଦେଖି ଗେଟ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ। ତେବେ ତଳି ଅଞ୍ଚଳରେ କିଛି ସ୍ଥାନରେ ପାଣି ପଶିଛି। ରେଙ୍ଗାଲିରେ ଦୁଇଟି ଗେଟ ଖୋଲା ଅଛି। ଏଣେ ବୈତରଣୀରେ ବି ଜଳ କମୁଛି।

ଅନ୍ୟପକ୍ଷେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ଏନେଇ ସତର୍କ ସୂଚନା ବି ଜାରି କରାଯାଇଛି। ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ଏବଂ ଅଗ୍ନିଶମ ବିଭାଗ ଟିମ୍‌କୁ ମୁତୟନ କରାଯାଇଛି।

Comments are closed.