ଭୁବନେଶ୍ୱର: ଅନେକ ସମୟ ଧରି କୌଣସି ସ୍ଥାନରେ ବସି ରହିଲେ ଅନେକ ସମୟରେ ବେକରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ବେଳେବେଳେ ବେକ ଯନ୍ତ୍ରଣା ହୃଦ୍ଘାତର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ।
ତେବେ ଆପଣ ଯଦି ଏହିଭଳି ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର ସରଳ ଉପଚାର ।
ବେକ ଉପରେ ବରଫ ଘଷନ୍ତୁ, ଆରାମ ଲାଗିବ। ଉଷୁମ ପାଣିରେ ସେକ ଦିଅନ୍ତୁ। ତଳକୁ ନଇଁ ଭାରୀ ଜିନିଷ ଉଠାନ୍ତୁନାହିଁ।
ବେକ ପାଇଁ ଉଦ୍ଦିଷ୍ଟ କିଛି ବ୍ୟାୟାମ ଅଭ୍ୟାସ କରନ୍ତୁ।
କାନ ଓ କାନ୍ଧ ମଧ୍ୟରେ ମୋବାଇଲ୍ ଫୋନ୍ ଚାପି ରଖି କଥା ହୁଅନ୍ତୁ ନାହିଁ। ଏହା ଦ୍ବାରା ବେକ ପୀଡ଼ା ବଢେ଼। ବେକ ଉପରେ ଅଙ୍ଗୁଠି ଦ୍ବାରା ଧୀରେ ଧୀରେ ଉପରୁ ତଳକୁ ଚାପ ଦିଅନ୍ତୁ, ଆରମ ଲାଗିବ ।
ଭିଟାମିନ୍ ‘ଡି’ଯୁକ୍ତ ଖାଦ୍ୟ ତେଲିଆ ମାଛ ଆଦି ଖାଆନ୍ତୁ। ସୂର୍ଯ୍ୟ କିରଣରେ ବୁଲନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ ବେକ ପଟି ବାନ୍ଧନ୍ତୁ ନାହିଁ। ସମସ୍ୟା ଅଧିକ ହେଲେ ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
Comments are closed.