Latest Odisha News

BREAKING NEWS

ପିଡିପି ସଭାପତି ମେହବୁବା ଗୃହବନ୍ଦୀ

ଶ୍ରୀନଗର: ପିଡିପି ସଭାପତି ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ବୁଧବାର ଗୃହବନ୍ଦୀ କରାଯାଇଛି । ସୁରକ୍ଷାକର୍ମୀମାନେ ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ନାଗରିକଙ୍କୁ ମାରୁଛନ୍ତି କହିବା ସହ ମେହବୁବା ଶବ ହସ୍ତାନ୍ତର ନେଇ ଦାବୀ କରି ଉତେଜନା ସୃଷ୍ଟି କରୁଥିଲେ । ଅପର ପକ୍ଷରେ ପୋଲିସ ନିହତ ବ୍ୟକ୍ତିମାନେ ଆତଙ୍କବାଦୀଙ୍କ ସମର୍ଥକ କହୁଥିବା ବେଳେ ମେହବୁବା ସେମାନଙ୍କୁ ନିରୀହ ବୋଲି କହିଥିଲେ ।

ଆଇନା ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ୪ଟି ମୃତ ଦେହକୁ ହାଣ୍ଡୱାରା ଅଂଚଳରେ କବର ଦିଆଯାଇଥିଲା ବୋଲି ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି । ମେହବୁବାଙ୍କ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗୃହବନ୍ଦୀ ରଖାଯିବ ।

Leave A Reply

Your email address will not be published.