ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୩ ନଭେମ୍ବରରେ ହେବାକୁ ଯାଉଛି। ଏହାପୂର୍ବରୁ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ୍ ମଙ୍ଗଳବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଭାଗ ନେଇଥିଲେ। ସେ ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରିବାବେଳେ କହିଥିଲେ ଟ୍ରମ୍ପ୍ ଜଣେ ‘ଫାଇଟର୍’।
ପେନସିଲଭାନିଆରେ ଏକ ନିର୍ବାଚନୀ ବୈଠକରେ ସମ୍ବୋଧିତ କରି ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ୍ କହିଛନ୍ତି ଯେ ‘ଡୋନାଲ୍ଡ ଇଜ୍ ଏ ଫାଇଟର୍’। ସେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦେଶକୁ ବହୁତ ଭଲ ପାଆନ୍ତି। ସେମାନେ ପ୍ରତିଦିନ ଆପଣମାନଙ୍କ ପାଇଁ ଲଢନ୍ତି। ନିକଟରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ପୁଅ କରୋନା ସଂକ୍ରମିତ ହୋଇଥିଲେ ଯେଉଁ କାରଣରୁ ମେଲାନିଆ ଟ୍ରମ୍ପ୍ ଗତ ସପ୍ତାହରେ ତାଙ୍କ ସ୍ୱାମୀଙ୍କ ସହ ନିର୍ବାଚନ ପ୍ରଚାରରେ ଭାଗ ନେଇପାରିନଥିଲେ।
ମେଲାନିଆ ଟ୍ରମ୍ପ୍ କହିଛନ୍ତି ଯେ “ଯେତେବେଳେ ଆମ ପରିବାର କରୋନା ସଂକ୍ରମଣରେ ଶିକାର ହୋଇଥିଲେ, ସେତେବେଳେ ଆପଣମାନେ ଦେଇଥିବା ପ୍ରେମ ଏବଂ ସମର୍ଥନ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ବର୍ତ୍ତମାନ ବହୁତ ଭଲ ଅନୁଭବ କରୁଛୁ।” ଏହାସହିତ ମେଲୋନିଆ ଟ୍ରମ୍ପ୍ କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ୨ ଲକ୍ଷରୁ ଅଧିକ ଆମେରିକୀୟଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ।
ମେଲାନିଆ ଟ୍ରମ୍ପ କହିଛନ୍ତି ଯେ ମୁଁ ଜାଣେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି କିମ୍ବା ଏହି ସଂକ୍ରମଣ ହେତୁ ପ୍ରଭାବିତ ହୋଇଛନ୍ତି। ଏଭଳି କଠିନ ସମୟରେ ମୋ ପରିବାରର ପ୍ରାର୍ଥନା ତୁମ ସମସ୍ତଙ୍କ ସହ ରହିଛି। ଶୀଘ୍ର ଆମେ ଏହାକୁ ପରାସ୍ତ କରିବା।”
BREAKING NEWS
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
- ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…
Comments are closed.