ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୩ ନଭେମ୍ବରରେ ହେବାକୁ ଯାଉଛି। ଏହାପୂର୍ବରୁ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ୍ ମଙ୍ଗଳବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଭାଗ ନେଇଥିଲେ। ସେ ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରିବାବେଳେ କହିଥିଲେ ଟ୍ରମ୍ପ୍ ଜଣେ ‘ଫାଇଟର୍’।
ପେନସିଲଭାନିଆରେ ଏକ ନିର୍ବାଚନୀ ବୈଠକରେ ସମ୍ବୋଧିତ କରି ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ୍ କହିଛନ୍ତି ଯେ ‘ଡୋନାଲ୍ଡ ଇଜ୍ ଏ ଫାଇଟର୍’। ସେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦେଶକୁ ବହୁତ ଭଲ ପାଆନ୍ତି। ସେମାନେ ପ୍ରତିଦିନ ଆପଣମାନଙ୍କ ପାଇଁ ଲଢନ୍ତି। ନିକଟରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ପୁଅ କରୋନା ସଂକ୍ରମିତ ହୋଇଥିଲେ ଯେଉଁ କାରଣରୁ ମେଲାନିଆ ଟ୍ରମ୍ପ୍ ଗତ ସପ୍ତାହରେ ତାଙ୍କ ସ୍ୱାମୀଙ୍କ ସହ ନିର୍ବାଚନ ପ୍ରଚାରରେ ଭାଗ ନେଇପାରିନଥିଲେ।
ମେଲାନିଆ ଟ୍ରମ୍ପ୍ କହିଛନ୍ତି ଯେ “ଯେତେବେଳେ ଆମ ପରିବାର କରୋନା ସଂକ୍ରମଣରେ ଶିକାର ହୋଇଥିଲେ, ସେତେବେଳେ ଆପଣମାନେ ଦେଇଥିବା ପ୍ରେମ ଏବଂ ସମର୍ଥନ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ବର୍ତ୍ତମାନ ବହୁତ ଭଲ ଅନୁଭବ କରୁଛୁ।” ଏହାସହିତ ମେଲୋନିଆ ଟ୍ରମ୍ପ୍ କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ୨ ଲକ୍ଷରୁ ଅଧିକ ଆମେରିକୀୟଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ।
ମେଲାନିଆ ଟ୍ରମ୍ପ କହିଛନ୍ତି ଯେ ମୁଁ ଜାଣେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି କିମ୍ବା ଏହି ସଂକ୍ରମଣ ହେତୁ ପ୍ରଭାବିତ ହୋଇଛନ୍ତି। ଏଭଳି କଠିନ ସମୟରେ ମୋ ପରିବାରର ପ୍ରାର୍ଥନା ତୁମ ସମସ୍ତଙ୍କ ସହ ରହିଛି। ଶୀଘ୍ର ଆମେ ଏହାକୁ ପରାସ୍ତ କରିବା।”
BREAKING NEWS
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
Comments are closed.