Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର: ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କୀ । ଜମ୍ମୁ କଶ୍ମୀର ବଡଗାମ ଜିଲ୍ଲାର ଚାଦୁରାରେ ଏହି ଏନକାଉଣ୍ଟର ହୋଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଜୈସ-ଏ-ମହମ୍ମଦର କମାଣ୍ଡର ଥିବା ସୂଚନା ମିଳିଛି ।

ଗତକାଲି ରାତିରୁ ଆରମ୍ଭ ହୋଇଥିଲା ଅପରେସନ୍ ଅଲଆଉଟ୍ । ଆତଙ୍କବାଦୀ ଲୁଚି ରହିଥିବା ପୋଲିସକୁ ସୂଚନା ମିଳିଥିଲା । ଏହାପରେ ସଂପୃକ୍ତ ଅଞ୍ଚଳକୁ ଘେରାଉ କରି ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଏଥିକିବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ରାତି ୯ଟାରୁ ଆରମ୍ଭ ହୋଇଥିଲା ଗୁଳିବିନିମୟ । ରାତି ୧୧ଟା ପରେ ଆତଙ୍କୀ ଲୁଚି ରହିଥିବା ଘରେ ବିସ୍ଫୋରଣ ହୋଇଥିଲା । ମୃତ ଆତଙ୍କୀଙ୍କ ପରିଚୟ ମିଳି ପାରିନାହିଁ । ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.