Latest Odisha News

BREAKING NEWS

ଦେଶରେ ୮୦ ଲକ୍ଷ ଛୁଇଁବ କରୋନା କେସ୍, ଗଲାଣି ଲକ୍ଷେ ୨୦ ହଜାର ଜୀବନ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୮୦ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ କମୁଛି କରୋନା କାୟା । ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ ହଜାର ୮୯୩ ନୂଆ ଆକ୍ରାନ୍ତ । ଦେଶରେ ପଜିଟିଭ୍ ସଂଖ୍ୟା ୭୯ ଲକ୍ଷ ୯୦ ହଜାର ୩୨୨କୁ ବୃଦ୍ଧି ପାଇଛି ।

ବଢୁଛି ମୃତ୍ୟୁସଂଖ୍ୟା । ଦେଶରେ କରୋନା ନେଲାଣି ଲକ୍ଷେ ୨୦ ହଜାର ଜୀବନ . ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୫୦୮ ଆକ୍ରାନ୍ତ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୦ ହଜାର ୧୦ । ମୃତ୍ୟୁହାର ରହିଛି ୧.୫୦% ।

ଗତ ୫ ସପ୍ତାହ ହେବ ଦେଶରେ ପଜିଟିଭ ହାର ହ୍ରାସ ପାଉଥିବା ବେଳେ ସୁସ୍ଥ ହାର ବଢ଼ି ଚାଲିଛି । ଦେଶରେ ୯୦ ପ୍ରତିଶତ ସଂକ୍ରମିତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ୫୮ ହଜାର ୪୩୮ ଜଣ ସୁସ୍ଥ ହୋଇଛନ୍ତି । ସାରା ଦେଶରେ ସୁସ୍ଥ ହେଲେଣି ୭୨ ଲକ୍ଷ ୫୯ ହଜାର ୫୦୯ ଆକ୍ରାନ୍ତ । ଆକ୍ଟିଭି କେସ୍ ୬ ଲକ୍ଷ ୧୦ ହଜାର ୮୦୩କୁ ଖସିଛି । ଦେଶରେ ୭.୬୪% ରହିଛି କରୋନା ଆକ୍ଟିଭ୍ କେସ୍ ।

Leave A Reply

Your email address will not be published.