Latest Odisha News

BREAKING NEWS

ଓଡ଼ିଶା ଶିଳ୍ପୀ ମହାସଙ୍ଘ ପକ୍ଷରୁ ବୟନ ଶିଳ୍ପ ମନ୍ତ୍ରାଳୟର ସଚିବଙ୍କୁ ଦାବିପତ୍ର

ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଙ୍ଘ ପକ୍ଷରୁ, ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିସରରେ ଭୁବନେଶ୍ୱର ଗସ୍ତରେ ଆସିଥିବା କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟର ସଚିବ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ରିଜିଓନାଲ ଟେକ୍ସାଟାଇଲ କମିଟିର କାର୍ଯ୍ୟାଳୟକୁ କୋଲକାତା  ଉଠାଇନେବାକୁ କେନ୍ଦ୍ରରୁ ଆସିଥିବା ନିର୍ଦ୍ଦେଶନାମାର ବିରୋଧ କରି ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

ଏହା ସହିତ କିଛି ବର୍ଷ ହେବ କେନ୍ଦ୍ର ବସ୍ତ୍ର ମନ୍ତ୍ରାଳୟ ପକ୍ଷରୁ ବନ୍ଦ ହୋଇଯାଇଥିବା ହସ୍ତଶିଳ୍ପୀଙ୍କ ପାଇଁ ଆମ ଆଦମୀ ବୀମା ଯୋଜନା ଓ ବୁଣାକାରଙ୍କ ପାଇଁ ମହତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନା ସହ ଉଭୟଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଲାଗୁ କରିବାକୁ ଶିଳ୍ପୀ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି । କରୋନା ମହାମାରୀ ସମୟରେ ରାଜ୍ୟର କୋଡ଼ିଏରୁ ଉର୍ଦ୍ଧ୍ଵ ଶିଳ୍ପୀ ଓ ବୁଣାକାରଙ୍କ ଦେହାନ୍ତ ଘଟିଛି । କିନ୍ତୁ ରାଜ୍ୟ ଓ କେନ୍ଦ୍ର ପକ୍ଷରୁ କୈାଣସି ସମାଜିକ ସୁରକ୍ଷା ଯୋଜନା ନଥିବାରୁ ଦେହାନ୍ତ ଘଟିଥିବା ଶିଳ୍ପୀ ଓ ବୁଣାକାରଙ୍କ ପରିବାରକୁ କୌଣସି ଆର୍ଥିକ ସହାୟତା ମିଳିପାରିନାହିଁ ବୋଲି ମହାସଙ୍ଘ ପକ୍ଷରୁ ଶ୍ରୀ ସିଂହଙ୍କୁ ଅବଗତ କରାଯାଇଥିଲା ।

ଏହି ଅବସରରେ ମହାସଙ୍ଘ ପକ୍ଷରୁ ଏକ ଉତ୍ତରୀୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ସୈାଦାମିନୀ ସ୍ୱାଇଁଙ୍କ ହସ୍ତ ନିର୍ମିତ ଏକ ପଟ୍ଟଚିତ୍ର ପ୍ରଦାନ କରି ସଚିବ ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସାକ୍ଷାତ ସମୟରେ ଓଡ଼ିଶା ଶିଳ୍ପୀ ମହାସଂଘର ମୁଖ୍ୟ ଉପଦେଷ୍ଟା ସୁଦର୍ଶନ ସାହୁ, ସଭାପତି ଉଦୟ ମହାନ୍ତି, ସମ୍ପାଦକ ପ୍ରିୟରଂଜନ କର, ସଂଗଠନ ସମ୍ପାଦକା ସରୋଜିନୀ ଦାସ, ଉପ ସଭାପତି ଶରତ ପ୍ରଧାନ ଓ ଜାତିୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ଶିଳ୍ପୀ ସୈାଦାମିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.