Latest Odisha News

BREAKING NEWS

Men’s U-18 Asia Cup 2026:ରୋମାଞ୍ଚକର ସେମିଫାଇନାଲରେ ପାକିସ୍ତାନକୁ ହରାଇଲା ଭାରତ; ଫାଇନାଲରେ ଜାପନ ସହ ଫାଇଟ୍..

ନୂଆଦିଲ୍ଲୀ:୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ର ହାଇଭୋଲଟେଜ୍ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ୧୮ ବର୍ଷରୁ କମ୍ ପୁରୁଷ ହକି ଦଳ ରୋମାଞ୍ଚକର ପ୍ରଦର୍ଶନ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି । ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ୨-୩ରେ ପଛୁଆ ଥିଲା ଭାରତ । ମାତ୍ର ଅନ୍ତିମ କ୍ୱାର୍ଟରରେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟମ୍ ଇଣ୍ଡିଆ ।

ଏହି ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ଆଶିଷ ତାନି ପୂର୍ତ୍ତି (୧୨ ’, ୪୯’, ୫୩ ’, ୫୬’) ସର୍ବାଧିକ ଚାରୋଟି ଗୋଲ୍ ନିଜ ନାଁରେ କରିଥିଲେ । ଆଶିଷଙ୍କ ବ୍ୟତୀତ ଶାହରୁଖ ଅଲି (୩୫’) ଭାରତ ପାଇଁ ଗୋଲ୍ କରିଥିଲେ ।

 

ଭାରତ ପକ୍ଷରୁ ଆଶିଷ ତାନି ପୂର୍ତ୍ତି ୪୯’ରେ ଗୋଲ୍ କରି ସ୍କୋରକୁ ୩-୩ରେ ବରାବର କରିଥିଲେ । ଏହାପରେ ୫୩ତମ ମିନିଟ୍‌ରେ, ଆଶିଷ ଆଉ ଏକ ଚମତ୍କାର ପେନାଲ୍ଟି କର୍ଣ୍ଣର ସ୍କୋର କରି ତାଙ୍କର ହ୍ୟାଟ୍ରିକ୍ ପୂରଣ କରିଥିଲେ ଏବଂ ଭାରତକୁ ୪-୩ରେ ଆଗୁଆ କରିଥିଲେ।

ଖେଳ ଶେଷ ହେବାର ମାତ୍ର ଚାରି ମିନିଟ୍ ବାକି ଥିବା ବେଳେ, ଭାରତ ଆଉ ଏକ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା ଏବଂ ଆଶିଷ (୫୬’) ତାଙ୍କର ଚତୁର୍ଥ ଗୋଲ ସ୍କୋର କରି ୫-୩ରେ ଅଗ୍ରଣୀ ହାସଲ କରିଥିଲା ଏବଂ ଫାଇନାଲରେ ସ୍ଥାନ ପକ୍କା କରିଥିଲେ।


ଭାରତ ଆସନ୍ତାକାଲି (ଜୁନ୍ ୬) ଅପରାହ୍ନ ୩:୩୦ ରେ (ଭାରତୀୟ ସମୟ ଅନୁସାରେ) ୧୮ ବର୍ଷରୁ କମ୍ ପୁରୁଷ ଏସିଆ କପ୍‌ର ଫାଇନାଲ୍‌ରେ ଜାପାନ ବିପକ୍ଷରେ ମୁକାବିଲା କରିବ।

ସୂଚନାଥାଉକି, ଭାରତୀୟ ପୁରୁଷ ହକି ଦଳ ବୁଧବାର ସେମାନଙ୍କର ଅନ୍ତିମ ପୁଲ୍ A ମ୍ୟାଚ୍‌ରେ ଚାଇନିଜ୍ ତାଇପେକୁ ୧୩-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା ।

ଅନ୍ୟପଟେ ସେମିଫାଇନାଲରେ ଭାରତୀୟ ୧୮ବର୍ଷରୁ କମ୍ ମହିଳା ହକି ଦଳ ଚୀନ ବିପକ୍ଷରେ ସୁଟଆଉଟରେ ପରାସ୍ତ ହୋଇଛନ୍ତି । ଭାରତୀୟ ମହିଳା ଦଳ ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବ ।

Leave A Reply

Your email address will not be published.