Latest Odisha News

BREAKING NEWS

ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ନୀଳମାଧବ ବସ୍ତିରେ ବିଚାର ଭାରତୀ ଟ୍ରଷ୍ଟ ଓ ମାଧ୍ୟମ ଫାଉଣ୍ଡେସନର ମିଳିତ ସହଯୋଗରେ ଋତୁସ୍ରାବ ସ୍ୱଚ୍ଛତା ଜନିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ମହିଳାଙ୍କ ପାଇଁ ଋତୁସ୍ରାବ ଏକ ବ୍ୟାଧି ବା ଅଭିଶାପ ନୁହେଁ ବରଂ ପ୍ରତ୍ୟେକ ମହିଳାଙ୍କ ପାଇଁ ଏହା ପ୍ରକୃତିର ଏକ ଆଶୀର୍ବାଦ । ଏହା ଜଣେ ମହିଳାଙ୍କ ମାତୃତ୍ୱ ସତ୍ତାକୁ ପ୍ରତିଫଳିତ କରିଥାଏ । କିନ୍ତୁ ରତୁସ୍ରାବ ସମୟରେ ମହିଳାମାନେ ବିଶେଷ ଭାବରେ ସଚେତନ ହୋଇ ସେହି ବିଶେଷ ଦିନଗୁଡ଼ିକରେ ପରିଷ୍କାର, ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ସେମାନେ କିପରି ଭାବରେ ସାନିଟାରୀ ନ୍ୟାପକିନର ବ୍ୟବହାର କରିବେ ଏବଂ ବ୍ୟବହୃତ ନ୍ୟାପକିନକୁ ପରିବେଶ ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟିରଖି କିପରି ସଠିକ ଭାବରେ ବର୍ଜ୍ୟବସ୍ତୁ ଅନ୍ତର୍ଭୁକ୍ତ କରିବେ ସେ ବିଷୟରେ ସେହି ଅଞ୍ଚଳରେ ରହୁଥିବା କିଶୋରୀ ଏବଂ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଥିଲା l

ଏହି ସଚେତନତା କାର୍ଯ୍ୟକ୍ରମରେ ବିଚାର ଭାରତୀ ଟ୍ରଷ୍ଟର ସମ୍ପାଦିକା ପ୍ରୀତିଛନ୍ଦା ଧଳ, ମାଧ୍ୟମ ଅନୁଷ୍ଠାନର ସଂଘମିତ୍ରା ପାଢ଼ୀ, କାନ୍ତା ମହାନ୍ତି, ମଧୁଲିତା ପରିଡ଼ା, ବବିତା ସ୍ବାଇଁ ଙ୍କ ସହ ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଯୋଗଦେଇଥିଲେ l

Leave A Reply

Your email address will not be published.