Latest Odisha News

BREAKING NEWS

ଫୁଲବାଣୀରେ ୪ ଡିଗ୍ରୀକୁ ଖସିଲା ପାରଦ, ୧୦ ଡିଗ୍ରୀ ସେଲସିୟସ ତଳେ ୧୦ଟି ସହର ତାପମାତ୍ରା

ଭୁବନେଶ୍ୱର: କଲବଲ କରୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଫୁଲବାଣୀରେ ପ୍ରବଳ ଥଣ୍ଡା । ୪ ଡିଗ୍ରୀ ସେଲସୟିସକୁ ଖସିଛି ସର୍ବନିମ୍ନ ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୨-୩ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି ।

ଆଜି ରାଜ୍ୟର ୧୦ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ଫୁଲବାଣୀରେ ୪, ଦାରିଙ୍ଗିବାଡ଼ି ୬, ଅନୁଗୁଳରେ ୬.୬ ଓ କୋରାପୁଟରେ ରେକର୍ଡ ହୋଇଛି ୭ ଡିଗ୍ରୀ ସେଲସିୟସ ତାପମାତ୍ରା । ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରହିଛି ୭.୮ ଡିଗ୍ରୀ ସେଲସିୟସ୍ ।

ସେହିପରି ଭବାନୀପାଟଣାରେ ୭.୮, ବଲାଙ୍ଗିର ୮.୮, ବୌଦ୍ଧ ୯, କେନ୍ଦୁଝର ୯.୩ ଓ ସୋନପୁର ୯.୪ ଓ ଟିଟିଲାଗଡ଼ରେ ପାରଦ ରହିଛି ୧୦ ଡିଗ୍ରୀ ସେଲସିୟସ୍ । କଟକରେ ୧୧ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୩ ଡିଗ୍ରୀ ସେଲସିୟସକୁ ଖସିଛି । ଆହୁରି ଦୁଇ ତିନି ଦିନ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.