Latest Odisha News

BREAKING NEWS

ଫେସବୁକ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ ପାଇଁ ମେଟା ଆଣିଲା ପେଡ୍ ସବସ୍କ୍ରିପସନ ପ୍ଲାନ, ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ: ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଏକ ବଡ଼ ଖବର ଆସିଛି। ସୋସିଆଲ ମିଡିଆ କମ୍ପାନୀ ମେଟା ନିଜର ଲୋକପ୍ରିୟ ଆପ୍ ଗୁଡିକ ପାଇଁ ନୂଆ ପ୍ଲସ ସବସ୍କ୍ରିପସନ ପ୍ଲାନ ଲଞ୍ଚ କରିଛି। ଏବେ ଏହି ଆପ୍ ଗୁଡିକର ପ୍ରିମିୟମ ସୁବିଧା ପାଇବାକୁ ହେଲେ ୟୁଜରଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ପ୍ଲାନ କେବଳ ବିଦେଶରେ ନୁହେଁ ବରଂ ଭାରତରେ ମଧ୍ୟ ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ବିଜ୍ଞାପନ ବ୍ୟତୀତ ନିଜର ଆୟ ବୃଦ୍ଧି କରିବା ପାଇଁ ମେଟା ଏହି ନୂଆ ଉପାୟ ଆପଣାଇଛି। ପୂର୍ବରୁ ଏକ୍ସ ଭଳି ମେସେଜିଂ ଆପ୍ ମଧ୍ୟ ଏହି ମଡେଲ ଆପଣାଇ ନିଜର ରୋଜଗାର ବଢାଇ ସାରିଛି। ତେବେ ମାଗଣା ସେବା ପୂର୍ବ ଭଳି ଜାରି ରହିବ। କିନ୍ତୁ ଯେଉଁମାନେ ଏହି ପ୍ଲସ ଭର୍ସନ ପାଇଁ ଟଙ୍କା ଦେବେ ସେମାନଙ୍କୁ କିଛି ସ୍ୱତନ୍ତ୍ର ଟୁଲ୍ସ ଏବଂ କଷ୍ଟମାଇଜେସନ ଫିଚର ମିଳିବ। ଏହା ସାଧାରଣ ମାଗଣା ୟୁଜରଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ମେଟା ସ୍ପଷ୍ଟ କରିଛି ଯେ ଏହା ପୂର୍ବରୁ ଥିବା ମେଟା ଭେରିଫାଏଡ୍ ସେବା ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ।

ନୂଆ ପ୍ଲାନର ଦାମ ବିଷୟରେ ମଧ୍ୟ ପ୍ରାଥମିକ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ଇନଷ୍ଟାଗ୍ରାମ ପ୍ଲସ ଏବଂ ଫେସବୁକ ପ୍ଲସ ପାଇଁ ମାସିକ ୩ ଦଶମିକ ୯୯ ଡଲାର ଅର୍ଥାତ ପାଖାପାଖି ୩୮୭ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସେହିପରି ହ୍ୱାଟ୍ସଆପ ପ୍ଲସ ପାଇଁ ମାସିକ ୨ ଦଶମିକ ୯୯ ଡଲାର ବା ୨୯୦ ଟଙ୍କା ଦେବାକୁ ପଡିବ। ଅବଶ୍ୟ ଭାରତରେ ଏହି ପ୍ଲାନର ପ୍ରକୃତ ଦାମ କେତେ ରହିବ ସେ ନେଇ କମ୍ପାନୀ ଏଯାଏଁ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ।

ଏହି ପେଡ୍ ଭର୍ସନରେ ୟୁଜରଙ୍କୁ ଅନେକ ଆକର୍ଷଣୀୟ ଫିଚର ମିଳିବାକୁ ଯାଉଛି। ବିଶେଷ କରି ହ୍ୱାଟ୍ସଆପ ପ୍ଲସ ଗ୍ରାହକମାନେ କଷ୍ଟମାଇଜ୍ ଥିମ୍, ଅଲଗା ଅଲଗା ରିଙ୍ଗଟୋନ ଏବଂ ପ୍ରିମିୟମ ଷ୍ଟିକରର ଫାଇଦା ଉଠାଇ ପାରିବେ। ଏହା ସହିତ ଏବେ ସାଧାରଣ ୟୁଜରମାନେ ମାତ୍ର ୩ଟି ଚାଟ୍ ପିନ୍ କରିପାରୁଥିବା ବେଳେ ପ୍ଲସ ମେମ୍ବରମାନେ ଏକାସାଙ୍ଗରେ ୨୦ଟି ଚାଟ୍ ପିନ୍ କରିବାର ସୁବିଧା ପାଇବେ। ଆଗକୁ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ଆହୁରି ଅନେକ ପ୍ରିମିୟମ ଫିଚର ଆଣିବାର ସମ୍ଭାବନା ରହିଛି।

Leave A Reply

Your email address will not be published.