Latest Odisha News

BREAKING NEWS

୧୧ହଜାର କର୍ମଚାରୀଙ୍କୁ ଛଟେଇ କରିବ ‘ମେଟା’

ନୂଆଦିଲ୍ଲୀ : ଫେସବୁକର ପେରେଣ୍ଚ କମ୍ପାନୀ ମେଟା ୧୧ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ । କ୍ଷତିରେ ଚାଲୁଛି ସୋସିଆଲ ମିଡିଆ କମ୍ପାନୀ ମେଟା । ମେଟା ସିଇଓ ମାର୍କ ଜୁକରବର୍ଗ ଆଜି ଏନେଇ ଏକ ବ୍ଲଗ ପୋଷ୍ଟ କରିଛନ୍ତି । ମେଟା ଟିମରୁ ବଡ଼ ପଦବୀରେ ଥିବା ପ୍ରାୟ ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ଥିବା କହିଛନ୍ତି ଜୁକରବର୍ଗ । ଏହା ଆମେରିକୀୟ କମ୍ପାନୀର ସର୍ବାଧିକ ଛଟେଇ ସଂଖ୍ୟା ।

ଏହି ନିଷ୍ପତ୍ତିରୁ କମ୍ପାନୀର ରାଜସ୍ୱ ବଢିବା ଆଶା ରଖିଛନ୍ତି ସେ । ଛଟେଇ କର୍ମଚାରୀଙ୍କୁ ୬ ସପ୍ତାହର ମୂଳ ଦରମା ଦେବ ଡିଜିଟାଲ ବିଜ୍ଞାପନ କମ୍ପାନୀ ମେଟା । ଏହାସହିତ ୬ ମାସ ପାଇଁ ସ୍ୱାସ୍ଥ୍ୟ ସେବା ଖର୍ଚ୍ଚ ଦେବାକୁ କମ୍ପାନୀ ଘୋଷଣା କରିଛି । ଏହା ପୂର୍ବରୁ ଟ୍ୱିଟର ମଧ୍ୟ କର୍ମଚାରୀ ଛଟେଇ କରିଛି । ସ୍ନାପ ଚାଟ୍ ମଧ୍ୟ ୨୦ ପ୍ରତିଶତ ଓ୍ୱାର୍କଫୋର୍ସ କମାଇବାର ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.