Latest Odisha News

BREAKING NEWS

HSRP ଫିଟିଂ ନାଁରେ ଲୁଟୁଛି ମେଟ୍ରୋ ସ୍ପେୟାର ସ୍ପାର୍ଟ, ଗାଡ଼ି ପିଛା ନେଉଛି ୫୦ ଟଙ୍କା

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଟେନସନ୍ ଥମିନି । HSRP ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ପରିବହନ ବିଭାଗ ମାସେ ଲାଗି ଅବଧି ବୃଦ୍ଧି କରିଛନ୍ତି । ଆଉ ଯେଉଁ ଘରୋଇ ସଂସ୍ଥାକୁ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାକୁ ଅନୁମତି ଦେଇଛନ୍ତି । ସେମାନେ ଗ୍ରାହକଙ୍କୁ ମନ ଇଚ୍ଛା ଲୁଟୁଛନ୍ତି ।

ସିଆମ୍ ୱେବସାଇଟରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବୁକିଂ ବେଳେ HSRPର ମୂଲ୍ୟ ଅନଲାଇନରେ ପେମେଣ୍ଟ କରାଯାଉଛି । ଯେଉଁଥିରେ ଷ୍ଟିକର ସହ ଫିଟମେଣ୍ଟ ମୂଲ୍ୟ ଅନ୍ତର୍ଭୂକ୍ତ । ଯାହାକି ବୁକିଂ ବେଳେ ମିଳୁଥିବା ଅନଲାଇନ୍ ରିସିପ୍ଟରେ ଲେଖା ଯାଇଛି । ଅର୍ଥାତ୍ ଆପଣଙ୍ଗ ଗାଡ଼ିରେ HSRP ଲଗାଇବା ବେଳେ ଆଉ କୌଣସି ଅର୍ଥ ଅତିରିକ୍ତ ଭାବେ ଦେବାକୁ ପଡ଼ିବ ନାହିଁ ।

କିନ୍ତୁ ପୁରୀ ବାଇପାସ୍ ରୋଡ୍ ପଳାଶୁଣି ସ୍ଥିତ ମେଟ୍ରୋ ସ୍ପେୟାର ସ୍ପାର୍ଟ (ପାଜିଓ ଅଟୋ) ଗାଡ଼ି ପିଛା ୫୦ ଟଙ୍କା HSRP ଲଗାଇବାକୁ ନେଉଛି । HSRP ଲଗାଇବା ଲାଗି ଶୋ ରୁମର ଜବ ସିଟର ଆବଶ୍ୟକତା ନାହିଁ । କିନ୍ତୁ ମେଟ୍ରୋ ସ୍ପେୟାର ସ୍ପାର୍ଟ ଚତୁରତାର ସହ ଜବ ସିଟ୍ କରିବା ସହ HSRP ଫିଟମେଣ୍ଟ ବାବଦରେ ପ୍ରତି ଗାଡ଼ି ପିଛା ୫୦ ଟଙ୍କା ଲେଖାଏ ଜୋର ଜବରଦସ୍ତି ନେଉଛନ୍ତି ।

ଏ ସମ୍ବନ୍ଧୀୟ ଜବ ସିଟ୍ ଓଡ଼ିଶା ସମ୍ବାଦ ହାତରେ ଲାଗିବା ପରେ ଆମେ ମେଟ୍ରୋ ସ୍ପେୟାର ସ୍ପାର୍ଟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । କିନ୍ତୁ HSRP ବୁକିଂ ବେଳେ ରିସିପ୍ଟରେ ଦିଆ ଯାଇଥିବା ନମ୍ବର ସ୍ୱିଚ୍ ଅଫ୍ ରହିଥିଲା । କର୍ତ୍ତୃପକ୍ଷଙ୍କ ଅନ୍ୟ ଏକ ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏଥିପ୍ରତି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସହ ଆରଟିଓ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.