Latest Odisha News

BREAKING NEWS

ଭାରତରେ ଲଞ୍ଚ୍ କରୁଛି ‘ମି ନୋଟ୍ ଟେନ୍’; ୧୦୮ ମେଗାପିକ୍ସେଲ କ୍ୟାମେରା ସହ ୫୨୬୦ ଏମଏଏଚ ବ୍ୟାଟେରୀ !

ଭୁବନେଶ୍ୱର : ସାଓମି ଭାରତକରେ ଫୁଣି ଏକ ଦମଦାର ଫୋନ ଲଞ୍ଚ କରିବ | ଜାତୀୟ ଗଣମାଧ୍ୟମ ସୂଚନାନୁସାରେ ୨୦୧୯ ଶେଷ ହେବା ପୂର୍ବରୁ ଏହି ଫୋନ ଭାରତରେ ଲଞ୍ଚ କରିବ | ସାଓମି ର ଏହି ଫୋନ ମି ନୋଟ ୧୦ ହୋଇପାରେ କାରଣ ମି ନିଜ ଟିଜର ରେ ୧୦୮ ମେଗା ପିକ୍ସସେଲ କଥା କହିଛି ଯାହା କେବଳ ଏହି ଫୋନରେ ଉପଲବ୍ଧ ଅଛି |

ମି ନୋଟ ୧୦ ଗୋଟେ ଭଲ କ୍ୟାମେରା ଫୋନ ଯାହାର ୧୦୮ ମେଗାପିକ୍ସସେଲ ସହ ଅନ୍ୟ ଚାରୋଟି କ୍ୟାମେରା ଅଛି | ଯଦି ମି ର ଭଲ କ୍ୟାମେରା ଫୋନ କିଣିବାକୁ ଚାହୁଁଛନ୍ତି ଏହା ଏକ ଉତ୍ତମ ବିକଳ୍ପ ହେବ | ଆସନ୍ତୁ ଜାଣିବା କଣ ରହିଛି ଏହି ମି ନୋଟ ୧୦ ରେ |

କଣ ରହିଛି ଫିଚର ଏହି ଫୋନରେ:

ମି ନୋଟ ୧୦ ହେଉଛି ୧୦୮ ମେଗାପିକ୍ସସେଲ କ୍ୟାମେରା ଫୋନ ସେଟପ ଅଟେ | ସାମସଙ୍ଗ ଆଇଏସଓଏଲ ଏଚଏମଏକ୍ସ ବ୍ରାଇଟ ସେନସର ଉପଯୋଗ କରାଯାଇଛି | ଯାହା ଉଚ୍ଚ ଗୁଣବତ୍ତା ସହ ଆସୁଛି | ଏହାସହ ୨ ଅପ୍ଟିକାଲ ଜୁମ, 12 ମେଗାପିକ୍ସେଲ ଟେଲିସ୍କୋପିକ କ୍ୟାମେରା, ୫ ଅପ୍ଟିକାଲ ଜୁମ ସହ ୫ ମେଗାପିକ୍ସେଲ କ୍ୟାମେରା, ୨୦ ମେଗାପିକ୍ସେଲ ୱାଇଡ଼ ଅଙ୍ଗଲ କ୍ୟାମେରା ଓ 2 ମେଗାପିକ୍ସେଲ ମାଈକ୍ରୋ କ୍ୟାମେରା ଅଛି | ଏଥିରେ ୫୨୬୦ ଏମଏଏଚ ବ୍ୟାଟେରୀ ଅଛି ଯାହା ପୁରା ଦିନ ଚାଲିବାକୁ ସମର୍ଥ |

ଭାରତରେ କେତେ ରହିବ ଦାମ:

ମି ନୋଟ ୧୦ ୟୁରୋପରେ ଏକ ମହଙ୍ଗା ଫୋନ ଯାହାର ଦାମ ୪୨୦୦୦ ରହିଛି | ଅନ୍ୟଫୋନ ସହ ପ୍ରତିଯୋଗିତା କରିବାପାଇଁ ଏହା କମ ପଇସାରେ ବଜାରକୁ ଆସିବା ସମ୍ଭାବନା ରହିଛି | ମି ନୋଟ ୧୦ ର ଭାରତୀୟ ବଜାରରେ ୩୦୦୦୦ ରୁ ଅଧିକ ରହିବା ଅଶା କରାଯାଉଛି | ଏହି ଫୋନ ୩୦୦୦୦ ରୁ କମ ମଧ୍ୟ ହୋଇପାରେ ଯାହା କମ୍ପାନୀ ପକ୍ଷରୁ ଅଫିସିଆଲି ଘୋଷଣା କୁ ଅପେକ୍ଷା କରିବାକୁ ପଡିବ |

Leave A Reply

Your email address will not be published.