Latest Odisha News

BREAKING NEWS

ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କୁ ପୁଣି ପ୍ରଶଂସା କଲେ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏହିପରି କୌଣସି ପ୍ରସ୍ତାବକୁ ଉପସ୍ଥାପନା କରାଯାଇଥାଏ, ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କୁ ବୁଧବାର ଦିନ ଉଚ୍ଚ ପ୍ରଶଂସା କରିଛନ୍ତି । କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଉତ୍ସବ ମାନ୍ୟତା ପ୍ରଦାନ କରିବାକୁ ସାଂସଦ ଶ୍ରୀ ପାତ୍ର ଓଡ଼ିଶା ପକ୍ଷରୁ ତାଙ୍କ ଦାବି ଉପସ୍ଥାପନ କରିଥିଲେ ।

“ଏହି ମହୋତ୍ସବକୁ ଆମେ ପ୍ରଶଂସା କରିବାକୁ ଗଲେ ପ୍ରଥମେ ଏହାର ଐତିହ୍ୟକୁ ପର୍ଯ୍ୟାଲୋଚନା କରିବାକୁ ପଡ଼ିବ । ସହସ୍ରବର୍ଷର ସହର କଟକରେ ଏହା ଏକ ପୁରାତନ ଉତ୍ସବ । ଏହା ଓଡ଼ିଶାକୁ ଗୌରବାନ୍ୱିତ କରୁଥିବା ସାଧବମାନଙ୍କୁ ସ୍ମୃତିଚାରଣ କରିଥାଏ । ଦିନଥିଲା ଏହି ମାଟିରୁ ଏହି ସାଧବମାନେ ବୋଇତ ନେଇ ସୁଦୂର ଜାଭା, ସୁମାତ୍ରା, ବାଲି ଓ ବୋର୍ଣ୍ଣିଓ ଦ୍ୱୀପକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ । ସେଠାରୁ ମଧ୍ୟ ଏହି ସାଧବମାନେ କଷ୍ଟ ସ୍ୱୀକାର କରି ବିଭିନ୍ନ ସାମଗ୍ରୀ ଏଠାକୁ ଆଣି ବ୍ୟବସାୟ କରୁଥିଲେ । ବିଶ୍ୱ ବାଣିଜ୍ୟ ପରମ୍ପରାର ବହୁ ପୂର୍ବରୁ ଏହି ସାଧବମାନେ ବିଭିନ୍ନ ଦେଶମାନଙ୍କ ସହିତ ବୈଦେଶିକ ପରମ୍ପରା ତଥା ବାଣିଜ୍ୟିକ ସମ୍ପର୍କ ରକ୍ଷା କରିପାରିଥିଲେ ।” ଏହିପରି ବିଜେଡ଼ି ସାଂସଦ ଶ୍ରୀ ପାତ୍ର ତାଙ୍କର ସୁନ୍ଦର ବକ୍ତବ୍ୟ ମାଧ୍ୟମରେ ଦାବୀ ଉପସ୍ଥାପନ କରିଥିଲେ ।

ଏହି ବାଣିଜ୍ୟ ବ୍ୟବସାୟ ଦ୍ରୁତଗତିରେ ବୃଦ୍ଧିପାଇବା ଫଳରେ କଳିଙ୍ଗ ସହିତ ବିଭିନ୍ନ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ମାନଙ୍କ ସହିତ ସୁସମ୍ପର୍କ ସ୍ଥାପିତ ହୋଇପାରିଥିଲା ।

କଟକ ସହରରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ଉତ୍ସବକୁ ‘ନ୍ୟାସନାଲ୍ ମ୍ୟାରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲ୍’ ଭାବେ ମାନ୍ୟତା ପ୍ରଦାନ କରିବାକୁ ନଭେମ୍ବର ୧୨ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଏନେଇ ଏକ ପତ୍ର ଦେଇଥିଲେ ।

“ଆମେ ଯେ କେବଳ ଐତିହ୍ୟକୁ ଗୁରୁତ୍ୱ ଦେଇ ଏହି ଦାବି ଉପସ୍ଥାପନ କରୁଛୁ ତାହା ନୁହେଁ, ବରଂ ଓଡ଼ିଶା ଏବଂ ଭାରତର ମହାନ ଇତିହାସ ଓ ପରମ୍ପରାକୁ ସ୍ମୃତିଚାରଣ କରିବା ସହିତ ଏହା ଗୌରବାନ୍ୱିତ କରିପାରିବ,” ବୋଲି ଶ୍ରୀ ପାତ୍ର ତାଙ୍କର ଓଜସ୍ୱିନୀ ଭାଷଣରେ ଏହା କହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜୁଲାଇ ମାସରେ ଗୃହରେ ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ଦାବି ଉପସ୍ଥାପନ କରିବା ସମୟରେ ମଧ୍ୟ ବିଜେଡ଼ି ସାଂସଦ ଶ୍ରୀ ପାତ୍ର ପ୍ରଶଂସାର ପାତ୍ର ହୋଇଥିଲେ । ରାଜ୍ୟସଭାରେ ଏନେଇ ଶ୍ରୀପାତ୍ରଙ୍କ ବକ୍ତବ୍ୟ ଶୁଣିବା ପରେ ଗୃହର ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଶ୍ରୀ ନାଇଡୁ ତାଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ । “ପ୍ରଥମ ଉପସ୍ଥାପନା, ସୁନ୍ଦର ତଥା ଚମତ୍କାର ଉପସ୍ଥାପନା,” ବୋଲି ପ୍ରଶଂସା କରିଥିଲେ ଶ୍ରୀ ନାଇଡୁ ।

Leave A Reply

Your email address will not be published.