Latest Odisha News

BREAKING NEWS

ମାଇକେଲର ଫାଷ୍ଟ ଲୁକ ଜାରୀ: ଜ୍ୟାକସନଙ୍କ ପରି ଅବିକଳ ଦେଖାଯାଉଛନ୍ତି ପୁତୁରା ଜାଫର

ମୁମ୍ବାଇ: ମାଇକେଲ ଜ୍ୟାକସନଙ୍କ ବାୟୋପିକର ଫାଷ୍ଟ ଲୁକ ଜାରୀ ହୋଇଛି । ଏହି ଫିଲ୍ମରେ ମାଇକେଲଙ୍କ ଭୂମିକା ତାଙ୍କ ପୁତୁରା ଜାଫର ଜ୍ୟାକସନ କରିଛନ୍ତି । ଜାଫରଙ୍କ ଲୁକ ଅବିକଳ ମାଇକେଲଙ୍କ ପରି ଦେଖାଯାଉଥିବାରୁ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ନିର୍ମାତା ଗ୍ରାହମ କିଙ୍ଗ କହିଛନ୍ତି ଜାଫରଙ୍କ ପ୍ରତ୍ୟେକ ଲୁକ, ଡ୍ୟାନ୍ସ ମାଇକେଲଙ୍କ ସ୍ମୃତି ତାଜା କରି ଦେଉଛି । ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ସମସ୍ତ କଳାକାର ମଧ୍ୟ ଜୀବନ୍ତ ଅଭିନୟ କରିଛନ୍ତି ବୋଲି କିଙ୍ଗ କହିଛନ୍ତି । ଆସନ୍ତା ବର୍ଷ ଏପ୍ରିଲ ୧୮ରେ ଏହି ଫିଲ୍ମ ରିଲିଜ ହେବ । ମାଇକେଲ ଜ୍ୟାକସନଙ୍କ ଜୀବନରେ ଅନେକ ରହସ୍ୟ ଏହି ଫିଲ୍ମ ମାଧ୍ୟମରେ ଉଜାଗର ହେବ ବୋଲି ଆଶା କରାଯାଉଛି ।

୧୯୯୨ରେ ଡେଞ୍ଜରର୍ସ ୱାର୍ଲ୍ଡ ଟୁରର ମ୍ୟାନ ଇନ ଦି ମିରରରେ ଜାଫର କାର୍ଯ୍ୟ କରିଥିଲେ । ଏହାର ଫଟୋ ଫଟୋଗ୍ରାଫର କେଭିନ ମଞ୍ଜୁର ଉତୋଳନ କରିଥିଲେ । ସେବେଠାରୁ ଜାଫରଙ୍କୁ ନେଇ ସେ ମାଇକେଲଙ୍କ ଫିଲ୍ମ କରିବା କଥା ଚିନ୍ତା କରିଥିଲି ବୋଲି କିଙ୍ଗ କହିଛନ୍ତି ।

Leave A Reply

Your email address will not be published.