Latest Odisha News

BREAKING NEWS

ଅଣକଶ୍ମୀରଙ୍କୁ ଭୋଟ ଦେବାକୁ ବିରୋଧ କଲେ ଫାରୁକ ଅବଦୁଲ୍ଲା

କୋର୍ଟ ଯିବାକୁ ଦେଲେ ଧମକ

ଶ୍ରୀନଗର: ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନେ ଭୋଟର ଲିଷ୍ଟରେ ପରିବର୍ତ୍ତନକୁ ବିରୋଧ କରିଛନ୍ତି । ବିରୋଧୀଦଳମାନେ କଶ୍ମୀରରେ ଅଣକଶ୍ମୀରୀମାନଙ୍କୁ ଭୋଟ ଦେବା ପ୍ରସଙ୍ଗରେ ଆଜି ଏକାଠି ହୋଇ ଆଲାଚନା କରିଥିଲା । ଏଥିରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତିଙ୍କ ସମେତ ଜମ୍ମୁକାଶ୍ମୀରର ସମସ୍ତ ବରିଷ୍ଠ ବିରୋଧୀନେତାମାନେ ଏକାଠି ହୋଇଥିଲେ । ବୈଠକରେ ପୁଣି ଥରେ ସମସ୍ତେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିଲେ ।  ସେପ୍ଟେମ୍ବରରେ ଜମ୍ମୁ କାଶ୍ମୀରକୁ ସମସ୍ତ ଜାତୀୟ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଫାରୁକ୍ ଅବଦୁଲ୍ଲା ।   ନୂତନ ଭୋଟରଙ୍କ ପଞ୍ଜୀକରଣ ବିଷୟରେ ଆଲୋଚନା ପାଇଁ ଆଜି ଫାରୁକ୍ ଅବଦୁଲ୍ଲାଙ୍କ ଘରେ ସର୍ବଦଳୀୟ ବୈଠକରେ ଏ ବିଷୟରେ ନେତାମାନେ ନିଜ ନିଜର ମତ ରଖିବା ପରେ ଆଲେଚନା ହୋଇଥିଲା ।  ବୈଠକରେ ସାମିଲ ସମସ୍ତ ଦଳ ଏହି ନୂତନ ନିୟମକୁ ବିରୋଧ କରିଥିଲେ।  ଏହି ପ୍ରସଙ୍ଗରେ ଆଗକୁ କୋର୍ଟକୁ ଯିବାପାଇଁ ଫାରୁକ ଚେତାବନୀ ଦେଇଛନ୍ତି ।

ବାସ୍ତବରେ, ଜମ୍ମୁକାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ହିତେଶ କୁମାର ସଂଶୋଧିତ ନିର୍ବାଚନ ତାଲିକାରେ ‘ଜାମ୍ମୁ କାଶ୍ମୀରରେ ରହୁଥିବା ଅଣ-ସ୍ଥାନୀୟ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା’ ବିଷୟରେ କହିଛନ୍ତି।  ତେବେ ବିରୋଧୀମାନେ ରାଜ୍ୟରେ ବସବାସ କରୁଥିବା ଅଣକାଶ୍ମୀରଙ୍କୁ ଭୋଟର ଲିଷ୍ଟରେ ନାମ ଉଠାଇବାକୁ ବିରୋଧ କରୁଛନ୍ତି ।

Leave A Reply

Your email address will not be published.